OnaKhabar

ଅନନ୍ତ ଜେନା ଓ ଜଗନ୍ନାଥ ପ୍ରଧାନଙ୍କୁ ମିଳିବ ସୁରକ୍ଷା

0 11

ଭୁବନେଶ୍ୱର: ରବିବାର ରାତିରେ ମଧ୍ୟ-ଭୁବନେଶ୍ୱର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଥିଲା । ସେ ପ୍ରଚାର ଶେଷ କରି କର୍ମୀଙ୍କ ସହ ଆଲୋଚନା କରିବା ପାଇଁ ଡେଲଟା କଲୋନୀ ସ୍ଥିତ ବିଜେପି ପାର୍ଟି ଅଫିସକୁ ଯାଉଥିବା ବେଳେ ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଥିଲା । ଏଥିରେ ତାଙ୍କ ଗାଡ଼ିର କାଚ ଭାଙ୍ଗିଯାଇଥିଲା । ସେ ଅଳ୍ପକେ ବର୍ତ୍ତି ଯାଇଥିଲେ ।
ସେହିପରି ମଧ୍ୟ-ଭୁବନେଶ୍ୱର ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଗାଡ଼ି ଲପରକୁ ବୋମାମାଡ଼ ହୋଇଥିଲା । ଝାରପଡ଼ା କେନାଲ ରୋଡ୍‌ ପାଖରେ ତାଙ୍କ ଗାଡ଼ିକୁ ବୋମାମାଡ଼ ହୋଇଥିବା ଅନନ୍ତ କହିଛନ୍ତି । ଏଥରେ ଅନନ୍ତ ଓ ତାଙ୍କ ସହଯୋଗୀ ଆହତ ହୋଇଛନ୍ତି । ତେବେ ନିର୍ବାଚନ ଶେଷ ଯାଏ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ସୁରକ୍ଷା ଦିଆଯିବା ସହ ଉଭୟଙ୍କୁ ସୁରକ୍ଷା କର୍ମୀ ଓ ଏସକର୍ଟ ଯୋଗାଇ ଦିଆଯିବ ବୋଲି ଆଜି ପୁଲିସ୍ କମିଶନର ସତ୍ୟଜିତ୍ ମହାନ୍ତି କହିଛନ୍ତି । ସେ ଆହୁରି କହିଛନ୍ତି,ଉଭୟ ଘଟଣାରେ ତଦନ୍ତ ଚାଲିଛି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

https://www.onakhabar.com/2019/04/ananta-jena-admit-in-icu-capital-medical-bbsr/

Leave A Reply

Your email address will not be published.