OnaKhabar

ବୋମା ମାଡ: ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ଜେନା ଆଇସିୟୁରେ ଭର୍ତ୍ତି, ଅନନ୍ତଙ୍କୁ ଦେଖା କରିବାକୁ କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ

0 14

ଭୁବନେଶ୍ୱର: ଗତ କ।ଲି ଭୁବନେଶ୍ୱର ମଧ୍ୟ ବିଧାନସଭା କ୍ଷେତ୍ରରେ ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ଉପରେ ବୋମା ମାଡ଼ ହୋଇଛି । ରବିବାର ସଂଧ୍ୟାରେ ପ୍ରଥମେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡ଼ି ଉପରେ ବୋମାମାଡ଼ ହୋଇଥିଲା । ଗାଡି ଭାଙ୍ଗିରୁଜି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ ଜଗନ୍ନାଥ । ରାତିରେ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଉପରେ ବୋମାମାଡ଼ ହୋଇଥିଲା । ଲକ୍ଷ୍ମୀସାଗର ଥାନା ଝାରପଡା କେନାଲ ରୋଡରେ ଯାଉଥିବା ବେଳେ ଦୁର୍ବୃତ୍ତ ତାଙ୍କ ଉପରକୁ ବୋମାମାଡ କରିଥିଲେ । ଅନନ୍ତଙ୍କ ମୁହଁ ଓ ହାତରେ ଗଭୀର ଆଘାତ ଲାଗିଛି । କ୍ୟାପିଟାଲ ହସ୍ପିଟାଲ ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି । ଉଭୟ ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି ।
ଜାଣିବାକୁ ମିଳୁଛି ଯେ ଅନନ୍ତ ନାରାୟଣ ଜେନାଙ୍କୁ କ୍ୟାପିଟାଲ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି | ତାଙ୍କର ଚିକିତ୍ସା ଚାଲିଛି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନନ୍ତ ନାରାୟଣ ଜେନାଙ୍କୁ ଦେଖା କରିବା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଯାଇଛନ୍ତି |

Leave A Reply

Your email address will not be published.