OnaKhabar

ଏବେ ହିଂସାକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ

0 16

ଭୁବନେଶ୍ୱର: ନିର୍ବାଚନୀ ହିଂସାକୁ ନେଇ ବିଜେପି- ବିଜେଡି ପରସ୍ପରକୁ କାଦୁଅ ଫିଙ୍ଗିବାରେ ଲାଗିଛନ୍ତି । ଏହି ହିଂସା ଘଟଣାକୁ ନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ବିଭିନ୍ନ ନିର୍ବାଚନୀ ସଭାରେ ବିଜେପିକୁ ଆକ୍ରମଣ କରିବାରେ ଲାଗିଛନ୍ତି । ହିଂସା କାଣ୍ଡ ଘଟଣାଉଥିବା ନେଇ ବିଜେପି ମୁଣ୍ଡରେ ଅଠା ବୋଳୁଛନ୍ତି । ବିଜେଡିର ପିପିଲି ପ୍ରାର୍ଥୀ ବିଧାୟକ ପ୍ରଦୀପ ମହାରଥୀ ଗିରଫ ହେବା ପରେ ବିଜେପି ପାଲଟା ଆକ୍ରମଣ କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଜନସାଧାରଣଙ୍କ ପାଖରେ କ୍ଷମା ମାଗିବାକୁ ଦାବି କରିଛନ୍ତି ।
ନିର୍ବାଚନୀ ହିଂସାରେ ବର୍ତ୍ତମାନ ସୁଦ୍ଧା ତିନି ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ଦୁଇ ଜଣ ବିଡେପି ନେତା ଅଛନ୍ତି । ବିଜେପି ଏହି ଘଟଣା ନେଇ ବିଜେଡି ବିରୋଧରେ ଦୋଷ ଲଦିଥିଲା । ଚାରିଆଡେ ପ୍ରଚାର କରିଥିଲା । ବିଜେଡି ନେତାମାନେ ଆକ୍ରମଣ କରି ହତ୍ୟା କରୁଥିବା ନେଇ ଅଭିଯୋଗ କରାଯାଉଥିଲା । ଏପିରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଭଞ୍ଜନଗର ଓ ଖୋର୍ଦ୍ଧା ବିଜେପି କର୍ମୀଙ୍କ ହତ୍ୟା ଘଟଣାକୁ ନେଇ ନବୀନଙ୍କ ଆଡକୁ ଆଙ୍ଗୁଠି ଦେଖାଇଥିଲେ । କିନ୍ତୁ ଯେତେବେଳେ ଆସକା ଲୋକସଭା ଭୋଟ ଚାଲିଥିବା ବେଳେ ଇଭିଏମ ଭଙ୍ଗା ଘଟଣାରେ ବିଜେପିର ଜଣେ ପ୍ରାର୍ଥୀ ଗିରଫ ହେବା ପରେ ନବୀନଙ୍କ ମଉକା ମିଳିଥିଲା । ଏହି ଘଟଣାକୁ ପ୍ରସଙ୍ଗ କରି ସେ ବିଜେପି ନିର୍ବାଚନ ହାରିବା ଭୟରେ ଛାନିଆ ହୋଇ ହିଂସାକାଣ୍ଡ କରୁଛି ଓ ଇଭିଏମ ଭାଙ୍ଗୁଛି ବୋଲି ଲୋକଙ୍କୁ କହିଲେ । ରବିବାର ବିଜେଡିର ଭୁବନେଶ୍ୱର- ମଧ୍ୟ ବିଧାନସଭା ପ୍ରାର୍ଥୀ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କ ଉପରେ ବୋମାମାଡ ହେବା ଘଟଣାରେ ବିଜେପି ବିରୋଧରେ ସିଧାସଳଖ ଅଭିଯୋଗ ଅଣାଯାଇଛି । ଶ୍ରୀ ଜେନା ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ନବୀନ ଆଜି ହସ୍ପିଟାଲ ଯାଇ ତାଙ୍କୁ ଦେଖା କରି ସିଧା ନିର୍ବାଚନ ପ୍ରଚାରରେ ନିଆଳିରେ ପହଁଞ୍ଚି ସେଠାରେ ଆୟୋଜିତ ସଭାରେ ବିଜେପି ଗୁଣ୍ଡାରାଜ ଚଳାଇଛି ବୋଲି କହିଥିଲେ । ସେଠାରେ ସେ ଜନସାଧାରଣଙ୍କୁ ଉଦବୋଧନ ଦେଇ କହିଥିଲେ, ଗୁଣ୍ଡାଗିରି ଏବେ ବିଜେପିର ମୁଖ୍ୟ ଏଜେଣ୍ଡା ହୋଇଛି । ଜାମିନରେ ଆସିଥିବା ଅପରାଧୀମାନଙ୍କୁ ବିଜେପି ପ୍ରାର୍ଥୀ କରିଛି । ଲୋକେ ବିଜେପିକୁ ଉଚିତ ଜବାବ ଦେବେ । ସାରା ଦେଶରେ ଏଥର ବିଜେପି ହାରୁଛି ।
ନବୀନ ହିଂସାର ଅଠା ବିଜେପି ମୁଣ୍ଡରେ ବୋଳିବାର କିଛି ଘଣ୍ଟା ପରେ ତାଙ୍କ ଦଳର ପିପିଲି ପ୍ରାର୍ଥୀ ପ୍ରଦୀପ ମହାରଥୀ ହିଂସା ଘଟଣାରେ ଗିରଫ ହେବା ଖବର ଆସିଲା । ମହାରଥୀଙ୍କ ଫାର୍ମ ହାଉସରେ ମଦ ଓ ଟଙ୍କା ବଣ୍ଟା ଯାଉଥିବା ଖବର ପାଇଁ ନିର୍ବାଚନ କମିଶନଙ୍କ ସ୍କ୍ୱାର୍ଡ ଗତକାଲି ରାତିରେ ପହଁଞ୍ଚିଥିଲେ । ସ୍କ୍ୱାର୍ଡରେ ଥିବା ମାଜିଷ୍ଟ୍ରେଟ ଓ ପୁଲିସ କର୍ମଚାରୀଙ୍କୁ ମହାରଥା ଓ ତାଙ୍କ ସର୍ମଥକମାନେ ମିଶି ଆକ୍ରମଣ କରିଥିଲେ । ଏହି ଘଟଣାରେ ପୁଲିସ ମହାରଥୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ମହାରଥୀଙ୍କ ଏହି ଗିରଫ ଖବର ପହଁଞ୍ଚିବା କ୍ଷଣି ବିଜେପିକୁ ବଡ ମୌକା ମିଳିଗଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୁଯୋଗରେ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ନିର୍ବାଚନ କମିଶନ ଠିକ କାମ କରୁଛନ୍ତି । ପ୍ରଦୀପ ମହାରଥୀ ଜଣେ ଗୁଣ୍ଡା । ଦର୍ଷଣକାରୀଙ୍କର ଜଣେ ମୁଖ୍ୟ ସଂରକ୍ଷକ । ଏଣୁ ନବୀନ ବାବୁ ଲୋକଙ୍କ ନିର୍ବାଚନ ଆଗରୁ ଲୋକଙ୍କ ଆଗରେ ଭୁଲ ମାଗିବା ଦରକାର । କାହିଁକି ସେ ପ୍ରଦୀପ ମହାରଥୀଙ୍କ ପ୍ରାର୍ଥୀ କରିଥିଲେ । ବେବିନା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତମାନଙ୍କୁ ପୃଷ୍ଠପୋଷକତା ଦେଉଥିବା ପ୍ରଦୀପ ମହାରଥୀଙ୍କୁ ପ୍ରାର୍ଥୀ କରାଯାଇଛି । ନବୀନବାବୁଙ୍କ ଗୁଣ୍ଡାରାଜର ଏତେ ହିସାବ ରହିଛି । ନିର୍ବାଚନ କମିଶନଙ୍କ ପ୍ରାଇମ ସ୍କ୍ୱାର୍ଡଙ୍କୁ ମଧ୍ୟ ମାଡ କଲେ । ନ୍ୟାୟ ଉପରେ କେହି ନାହିଁ ô ବିଜେପି ସରକାର ଆସିଲେ ଗୁଣ୍ଡା ଆଇନ ଆଣିବ । ସବୁ ଗୁଣ୍ଡାମାନଙ୍କୁ ଜେଲରେ ଭର୍ତ୍ତି କରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

https://www.onakhabar.com/2019/04/pradeep-maharathi-arrested/

Leave A Reply

Your email address will not be published.