OnaKhabar

‘ଦାଦା ସାହେବ୍‌ ଫାଲ୍‌କେ ଆୱାର୍ଡ’ରେ ସମ୍ମାନିତ ହେଲେ ଏହି ହିନ୍ଦୀ କଳାକାରମାନେ….

38

ମୁମ୍ବାଇ: ମନୋରଞ୍ଜନ ଖୋରାକର ମୁଖ୍ୟ ଦୁଇଟି ଜିନିଷ ହେଉଛି ବଲିଉଡ ଫିଲ୍ମ ଓ ହିନ୍ଦୀ ସିରିଏଲ | ହିନ୍ଦୀ ସିନେମା ପରି ଭାରତୀୟ ଟେଲିଭିଜନ ଜଗତ ମଧ୍ୟ ଦର୍ଶକଙ୍କୁ ବେଶ୍‌ ମନୋରଞ୍ଜନର ଖୋରାକ୍‌ ଯୋଗାଉ ଥିବାର ଦେଖିବାକୁ ମିଳୁଛି । ତେବେ ଆପଣଙ୍କ ପସନ୍ଦର ଟିଭି କଳାକାରମାନଙ୍କୁ ‘ଦାଦା ସାହେବ୍‌ ଫାଲ୍‌କେ ଆୱାର୍ଡ’ରେ ସମ୍ମାନିତ କରାଯାଇଛି ।
ଶନିବାର ସନ୍ଧ୍ୟାରେ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ପୁରସ୍କାର ସମାରୋହରେ ଉଭୟ ସିନେମା ଏବଂ ଟେଲିଭିଜନ କଳାକାରଙ୍କୁ ‘ଦାଦା ସାହେବ ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଅନେକ ଟିଭି ସିରିୟଲ ତାରକାଙ୍କୁ ଏହି ପୁରସ୍କାର ଦିଆଯାଇଛି |
ସେମାନେ ହେଲେ …
1.ଜେନିଫର୍‌ ୱିଙ୍ଗେଟ୍‌`: ସୋନି ଟିଭିରେ ପ୍ରସାରିତ ହେଉଥିବା ବହୁ ଲୋକପ୍ରିୟ ଶୋ’ ‘ବେହଦ୍‌’ର ନାୟିକା ଜେନିଫର୍‌ ୱିଙ୍ଗେଟ୍‌ | ସେ ଏହି ସିରିୟଲରେ ମୁଖ୍ୟ ନାୟିକା ହେବା ସହ ଖଳନାୟିକା ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିତିପାରିଛନ୍ତି । ତେବେ ସିରିଏଲ୍‌ରେ ନିଖୁଣ ଅଭିନୟର ଯାଦୁରେ ସେ ଦର୍ଶକଙ୍କୁ ବାନ୍ଧି ରଖିପାରିଥିଲେ । ଜେନିଫରଙ୍କୁ ତାଙ୍କ ଅଭିନୟ ପାଇଁ ଚଳିତ ବର୍ଷର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ‘ଦାଦା ସାହେବ୍‌ ପୁରସ୍କାର’ ପ୍ରଦାନ କରାଯାଇଛି।
2.କରନ୍‌ ପଟେଲ୍‌ : ସେହିପରି ଟେଲିଭିଜନ ଚ୍ୟାନେଲ୍‌ ଷ୍ଟାର ପ୍ଲସ୍‌ରେ ପ୍ରସାରିତ ହେଉଥିବା ବହୁ ଲୋକପ୍ରିୟ ସିରିଏଲ୍‌ ‘ୟେ ହୈ ମହୋବତେଁ’ର ମୁଖ୍ୟ ଅଭିନେତା ଭାବେ ଅଭିନୟ କରୁଥିବା କରନ୍‌ ପଟେଲ୍‌ ଶ୍ରେଷ୍ଠ ଅଭିନେତା ଭାବେ ଏହି ପୁରସ୍କାର ପାଇଛନ୍ତି ।
3. ଟେଲିଭିଜନ ଅଭିନେତ୍ରୀ ହିନା ଖାନ୍‌ଙ୍କୁ ମଧ୍ୟ ଲୋକେ ଭଲ ଭାବରେ ଜାଣିଛନ୍ତି । ତାଙ୍କୁ ‘ବିଗ୍‌ ବସ୍‌’ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଏହି ପୁରସ୍କାର ଦିଆଯାଇଛି।
4.ସେହିପରି ସୁମୋନା ଚକ୍ରବର୍ତ୍ତୀଙ୍କୁ ଶ୍ରେଷ୍ଠ ହାସ୍ୟ ଅଭିନେତ୍ରୀ ଭାବେ ଏହି ପୁରସ୍କାର ଦିଆଯାଇଛି ।
5.ବିକାଶ ଗୁପ୍ତାଙ୍କୁ ମଧ୍ୟ ବ୍ରେକ୍‌ଥ୍ରୂ ଆଟିଷ୍ଟ ଅଫ୍‌ ଦି ଇୟର୍‌ ଭାବେ ସମ୍ମାନିତ ହୋଇଛନ୍ତି ।
6. ‘ବେଷ୍ଟ ଅଫ୍‌ ସ୍କ୍ରିନ୍‌ କପୁଲ୍‌ ଅଫ୍‌ ଦି ଇୟର୍‌’ ଭାବେ ମଧ୍ୟ ପ୍ରିନ୍ସ ନରୁଲା ଏବଂ ୟୁବିକା ଚୌଧୁରୀ ପୁରଷ୍କାର ପାଇଛନ୍ତି |
7. ସେହିପରି ରୋହନ ମେହେରାଙ୍କୁ ପିପୁଲ୍ସ ଚଏସ୍‌ ଆୱାର୍ଡ (ପୁରୁଷ) ଭାବେ ସମ୍ମାନିତ କରାଯାଇଛି ।
8. ଲୋପାମୁଦ୍ରା ରାଉତଙ୍କୁ ପିପୁଲ୍ସ ଚଏସ୍‌ ଆୱାର୍ଡ (ମହିଳା)ଭାବେ ପୁରସ୍କାର ଦିଆଯାଇଥିଲା ।

https://www.onakhabar.com/2019/04/bollywood-star-kid-first-time-giving-their-votes/