OnaKhabar

ଧର୍ମେନ୍ଦ୍ର-ବିଜେଡି କଡ଼ା ଟକ୍କର

0 9

ଭୁବନେଶ୍ୱର (ଓଏନଏ): ନିର୍ବାଚନ ପ୍ରଚାର ରାଜ୍ୟରେ ଜୋରଦାର ହେବାରେ ଲାଗିଛି । ଏହା ଭିତରେ ବିଶେଷ କରି ବିଜେପି-ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ ରୋଚକସ୍ଥିତିରେ ପହଂଚିଛି । କେହି କାହାକୁ ଛାଡ଼ିବାସ୍ଥିତିରେ ନାହାଁନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ନେତାଙ୍କ ଭିତରେ ଏକ ପ୍ରକାର ତକାତକି ଚାଲିଛି । ଶୁକ୍ରବାର ଧର୍ମେନ୍ଦ୍ର କୋଇଲା ଦୁର୍ନୀତି ଘଟଣାରେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ସଙ୍ଗୀନ ଆରୋପ ଗଣମାଧ୍ୟମରେ ଆଣି ଜେଲ ପଠାଇବା କଥା କହିଲା ପରେ ରବିବାର ବିଜେଡି ତାର ଜବାବ ଭିନ୍ନ ଢ଼ଙ୍ଗରେ ଦେଇଛି । ସବୁ ଖବରକାଗଜର ପ୍ରଥମ ପୃଷ୍ଠାରେ ପୃଷ୍ଠାପୃଷ୍ଠା ବିଜ୍ଞାପନ ଦେଇ ନାମ ଉଲ୍ଲେଖ ନ କରି ଟାର୍ଗେଟ କରାଯାଇଛି । ଏପରି ବିଜ୍ଞାପନ ପ୍ରକାଶ କରାଯାଇଛି ଯେଉଁଥିରେ ଧର୍ମେନ୍ଦ୍ର ଲୋକଙ୍କ ମୁହଁରୁ ଆହର ଛଡ଼ାଇ ନେଉଛନ୍ତି ବୋଲି କୁହାଯାଉଛି ।
ଧର୍ମେନ୍ଦ୍ର ଗଣମାଧ୍ୟମରେ ସିଧାସଳଖ ନବୀନଙ୍କ ବିରୋଧରେ କୋଇଲା ଦୁର୍ନୀତିର ଅଭିଯୋଗ ଆଣିଛନ୍ତି । ଏଥିରେ ସେ କହିଥିଲେ ନବୀନ ପଟ୍ଟନାୟକ କେନ୍ଦ୍ରରେ କୋଇଲାମନ୍ତ୍ରୀ ଦାୟିତ୍ୱରେ ଥିଲା ବେଳେ ଏକ ଭୁତ କମ୍ପାନୀକୁ କୋଇଲା ଖଣି ଦେଇ କେସରେ ପଡ଼ିଛନ୍ତି । ଏହି କେସକୁ ସିବିଆଇ ତଦନ୍ତ କରୁଛି । ଏହି ଘଟଣାକୁ ନବୀନ ବାବୁ ତାଙ୍କ ନିର୍ବାଚନ ସତ୍ୟପାଠରେ ଦର୍ଶାଇ ନାହାଁନ୍ତି । ସେ ହଲାପଟା ହେହେଣି । ନବୀନ ବାବୁ ଘୁମୁରୋଉଛନ୍ତି, ଚୁପ ରହୁଛନ୍ତି, ଉତ୍ତର ଦେଉନାହାଁନ୍ତି । ନବୀନ ବାବୁ ନିଜେ କୋଇଲା ଚୋରିରେ ସଂଶ୍ଳିଷ୍ଟ । ଶହଶହ କୋଟି ଟଙ୍କା ଲାଂଚ ନେଇ ନାଗପୁରର ଗୋଟେ ମିଛ କମ୍ପାନୀକୁ କୋଇଲା ଖଣି ଦେଇଦେଇଥିଲେ । ସେ ଜେଲ ଯିବା ଥୟ ବୋଲି ଧର୍ମେନ୍ଦ୍ର କହିଛନ୍ତି । ସେ ସିଧାସଳଖ ନବୀନ କୋଇଲା ଦୁର୍ନୀତି ଘଟଣାରେ ଜେଲ ଯିବେ ବୋଲି ଧର୍ମେନ୍ଦ୍ର ସ୍ପଷ୍ଟ କହିଛନ୍ତି ।
ଧର୍ମେନ୍ଦ୍ରଙ୍କୁ ଜବାବ ଦେବାକୁ ଯାଇ ବିଜେଡି ପକ୍ଷରୁ ବିଜ୍ଞାପନ ଦିଆଯାଇ ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଅଣାଯାଇଛି । ଏଥିରେ ଦର୍ଶାଯାଇଛି ଯେ, ସହରାଂଚଳରେ ଏବେ ଯେଉଁ ଆହର ଯୋଜନା ଚାଲିଛି ତାକୁ ବନ୍ଦ କରିବା ପାଇଁ ଧର୍ମେନ୍ଦ୍ର ଏକ ପ୍ରକାର ଷଡ଼ଯନ୍ତ୍ର କରିଥିଲେ । କେନ୍ଦ୍ରୀୟ ସଂସ୍ଥାମାନେ ଏହି ଯୋଜନାରେ ସହାୟତା ଦେବାକୁ ରାଜି ଥିଲେ । କିନ୍ତୁ ଧର୍ମେନ୍ଦ୍ରଙ୍କ ଯୋଗୁ ସେସବୁ ସଂସ୍ଥା ମନା କରିଦେଇଥିଲେ । କିନ୍ତୁ ନବୀନ ପଟ୍ଟନାୟକଙ୍କ ଦୃଢ଼ ପ୍ରତିବଦ୍ଧତା ଯୋଗୁ ଯୋଜନା କାର୍ଯ୍ୟକାରୀ ହେଉଛି । ଲୋକଙ୍କୁ ସହରାଂଚଳରେ ଆହର ମିଳୁଛି । ଆହର ଯୋଜନାର ଫଟୋ ଦେଇ ବିଜ୍ଞାପନରେ ଶୀର୍ଷକ ରଖାଯାଇଛି, ଏମିତି ବିଜେପି, ଏମିତି ତାଙ୍କ କେନ୍ଦ୍ରମନ୍ତ୍ରୀ, ଲୋକଙ୍କ ମୁହଁରୁ “ଆହର” ଛଡ଼ାନ୍ତି! ୨୦୧୫ଉକ୍ରଳ ଦିବସରୁ ସହରାଂଚଳର ଅଭାବୀ ଲୋକଙ୍କ ପାଇଁ ଆରମ୍ଭ ହେଲା ଆହର । ଏମସିଏଲ, ନାଲକୋ ଏବଂ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଚୁକ୍ତିବଦ୍ଧ ହୋଇଥିଲେ ସମ୍ବଲପୁର, ଭୁବନେଶ୍ୱର ଓ ରାଉରକେଲାରେ “ଆହର” କାର୍ଯ୍ୟକ୍ରମକୁ ଆର୍ôଥକ ସହାୟତା ଯୋଗାଇ ଦେବାପାଇଁ । କିନ୍ତୁ କିଏ ସେ ଓଡ଼ିଆ କେନ୍ଦ୍ରମନ୍ତ୍ରୀ, ଯାହାଙ୍କ ପଚ୍ଛନ୍ନ ନିର୍ଦ୍ଦେଶରେ ୩ଟି ଯାକ କେନ୍ଦ୍ରୀୟ ଉଦ୍ୟଗ ନିଜର ଅକ୍ଷମତା ପ୍ରକାଶ କରି ଓହରିଗଲେ ଏହି କାର୍ଯ୍ୟକ୍ରମରୁ? ନବୀନ ପଟ୍ଟନାୟକଙ୍କ ଦୃଢ଼ତା ଯୋଗୁ କାହାରି ବିନା ସହଯୋଗରେ ଆରମ୍ଭ ହେଲା “ଆହର” । ଏବେ ଦୈନିକ ୧ ଲକ୍ଷ ଲୋକଙ୍କୁ ସହରରେ ମିଳୁଛି “ଆହର” । ଏପର୍ଯ୍ୟନ୍ତ ସହରାଂଚଳର ଅଭାବୀ ମହିଳା, ଶ୍ରମିକ, ଦିନମଜୁରିଆ ଏବଂ ଅଭାବୀ ଲୋକଙ୍କୁ ୮ କୋଟି ୨୦ ଲକ୍ଷରୁ ଅଧିକ ମିଲ ଯୋଗାଇ ଦିଆଗଲାଣି । ଆମ ଓଡ଼ିଆ କେନ୍ଦ୍ରମନ୍ତ୍ରୀଙ୍କର ଏଭଳି ହୀନ ଚକ୍ରାନ୍ତ ସତ୍ତେ୍ୱ! ବୋଲି ଏଥିରେ ଦର୍ଶାଯାଇଛି । ବିଜ୍ଞାପନରେ କେଉଁଠାରେ ଧର୍ମେନ୍ଦ୍ରଙ୍କ ନାମ ଉଲ୍ଲେଖ କରାଯାଇନାହିଁ । ହେଲେ ଏହି ବିଜ୍ଞାପନର ଉଦ୍ଦେଶ୍ୟ ଓ କାହାକୁ ଲକ୍ଷ୍ୟ କରି ଦିଆଯାଇଛି ତାହା ଅଛପା ରହୁନାହିଁ । ଆଜରି ଏହି ବିଜ୍ଞାପନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.