OnaKhabar

ପୂର୍ବ ଶତ୍ରୁତାରୁ ବୋମା ମାଡ, ଯୁବକ ମୃତ

0 14

ବ୍ରହ୍ମପୁର: ପୂର୍ବ ଶତ୍ରୁତାକୁ ନେଇ ପୁଣି ଏକ ଜଘନ୍ୟ କାଣ୍ଡ ହୋଇଥିବାର ଜଣା ପଡିଛି | ଜଣେ ବ୍ୟକ୍ତିଙ୍କୁ ବୋମା ମାରି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି | ଏପରି ନିନ୍ଦନୀୟ କାଣ୍ଡ ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ବଡ଼ଗୁମୁଳା ଗାଁରେ ହୋଇଥିବା ଜମା ପଡିଛି | ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ସୁଶାନ୍ତ ସାହୁ । ପୂର୍ବ ଶତ୍ରୁତାରୁ ଏହି ବୋମା ମାଡ଼ ହୋଇଥିବା କୁହାଯାଉଛି । ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି । ବ୍ରହ୍ମପୁରର ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ କହିଛନ୍ତି,ଗତକକାଲି ରାତି ୮ଟା ବେଳେ ସୁଶାନ୍ତ ତାଙ୍କ ସାଙ୍ଗ ଘରେ ବସି ମୋବାଇଲ୍‌ରେ କ୍ରିକେଟ୍ ମ୍ୟାଚ୍‌ ଦେଖୁଥିଲେ । ଏହି ସମୟରେ ୪ ଜଣ ଯୁବକ ଆସି ତାଙ୍କ ଉପରକୁ ବୋମା ପକାଇଥିଲେ । ଫଳରେ ସୁଶାନ୍ତଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡୁଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେହି ଦୃର୍ବୁତ୍ତ ଗିରଫ ହୋଇ ନାହାନ୍ତି |

https://www.onakhabar.com/2019/04/younger-brother-killed-big-brother/

Leave A Reply

Your email address will not be published.