OnaKhabar

ପୁଣି ରାଜନୈତିକ ହିଂସା, ତିନି ଯୁବକ ଆହତ

0 12

ନୟାଗଡ଼: ରାଜ୍ୟ ଓ ରାଜ୍ୟ ବାହାରେ ଏବେ ରାଜନୀତିକୁ ନେଇ ହିଂସା ହେଉଥିବାର ଦେଖିବାକୁ ମିଳୁଛି | ଏହି ପରିପେକ୍ଷରେ ଆଜି ପୁଣି ନୟାଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ କଳିକା ପ୍ରସାଦ ଗାଁରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାରୁ ୩ ଜଣ ଗୁରୁତର ଆହତ ହୋଇଥିବା ଜଣା ପଡିଛି | ସୂଚନାନୁସାରେ, ଶନିବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ କୌଣସି ଏକ କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏହାପରେ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା । ଉଭୟ ଗୋଷ୍ଠୀ ପରସ୍ପରକୁ ଫାର୍ସାରେ ଆକ୍ରମଣ କରିଥିଲେ । ଏଥିରେ କଳିକା ପ୍ରସାଦ ଗାଁର ବିରଞ୍ଚି କୁମାର ମହାନ୍ତି, ସୁଶାନ୍ତ କୁମାର ଭଟ୍ଟ ଓ ଆଡ଼ଚେର ଗାଁର ବଗ ନାମକ ବ୍ୟକ୍ତି ଆହତ ହୋଇଛନ୍ତି । ପ୍ରଥମେ ସେମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ବିରଞ୍ଚି ଓ ବଗଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ଆଶଙ୍କାରେ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଥିବା ଜଣା ପଡିଛି |

https://www.onakhabar.com/2019/04/younger-brother-killed-big-brother/

 

Leave A Reply

Your email address will not be published.