OnaKhabar

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପରେ ବିଜେପି ଛାନିଆ : ନବୀନ

0 14

ଭୁବନେଶ୍ୱର (ଓଏନଏ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାରରେ ବିଭିନ୍ନ ଅଂଚଳକୁ ଯାଇ ପୁରା ଜୋରଦାର ବିଜେପିକୁ ଆକ୍ରମଣ କରିବାରେ ଲାଗିଛନ୍ତି । ବିଭିନ୍ନ ପ୍ରସଙ୍ଗମାନ ଉଠାଇ ଘାଇଲା କରିବାକୁ ଉଦ୍ୟମ କରୁଛନ୍ତି । ଏବେ ଇଭିଏମ ଭାଙ୍ଗିବା ଅଭିଯୋଗ ଆଣିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପରେ ବିଜେପି ଛାଡ଼ିଆ ହୋଇପଡ଼ିଛି । ସେଥିପାଇଁ ଇଭିଏମ ମେଶିନ ଭାଙ୍ଗିବା ଆରମ୍ଭ କରିଛି । ୧୮ ତାରିଖ ଭୋଟ ଦିନ ଗଂଜାମ ଜିଲ୍ଲାରେ ଜଣେ ବିଜେପି ପ୍ରାର୍ଥୀ ଇଭିଏମ ମେଶିନ ଭାଙ୍ଗିଥିବା ଘଟଣାରେ ଗିରଫ ହୋଇଛନ୍ତି । ଏହାକୁ ଆଧାର କରି ବିଜେପି ମୁଣ୍ଡରେ ନବୀନ ଅଠା ବୋଳିଛନ୍ତି । ପୂର୍ବରୁ ସେ କେନ୍ଦ୍ରୀୟ ଅବହେଳା କଥା କହିଥିଲେ । ବିଜେପିର ଓଡ଼ିଶା ଇଂଜିନ କିଏ ବୋଲି ପ୍ରଶ୍ନ ଉଠାଇବା ସହ ମେ’ ୨୩ରେ ବିଜେପିର ଦିଲ୍ଲୀ ମେନ ଇଂଜିନ ଲାଇନଚ୍ୟୁତ ହେବ ବୋଲି କଟାକ୍ଷ କରିଥିଲେ ।
ଆଜି ତାଳଚେର, ଅନୁଗୁଳ ଓ ଅନ୍ୟାନ୍ୟ ସ୍ଥାନରେ ପ୍ରଚାର ସମୟରେ ନବୀନ କହିଛନ୍ତି କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକାର ପାଇଲେଣି । କିନ୍ତୁ କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ । ବିଜୁ ଜନତାଦଳ ସରକାର ଆସିବାର ପ୍ରଥମ ଦିନରେ ହିଁ ସବୁ ଚାଷୀଙ୍କୁ ୨ଟି କିସ୍ତି ପାଇଁ ୧୦ ହଜାର ଟଙ୍କା ମିଳିବ । ବିଜୁ ଜନତା ଦଳ ମହିଳାମାନଙ୍କୁ ତାଙ୍କ ହକ ଦେଇଛି । କେନ୍ଦ୍ରୀୟ ଯୋଜନାରେ ମହିଳାମାନଙ୍କୁ ୫ ଲକ୍ଷ ଟଙ୍କା ଦେବାର ବ୍ୟବସ୍ଥା ଥିଲା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କ ପାଇଁ ଦୁଇଗୁଣ ୧୦ ଲକ୍ଷ ଟଙ୍କା ଦିଆଯିବ । ମିଶନଶକ୍ତି ମା’ମାନଙ୍କ ପାଇଁ ୫ ହଜାର କୋଟି ଟଙ୍କାର ବ୍ୟବସାୟ ଦିଆଯବି । ନିର୍ବାଚନ ହେଲା ବିଜେପିର ବଡ଼ ବଡ଼ ନେତାମାନେ ଓଡ଼ିଶା ଆସୁଛନ୍ତି, ଭୋଟ ମାଗୁଛନ୍ତି । ଫାଇଲିନ ବେଳେ କେଉଁଠି ଥିଲେ, ବନ୍ୟା ବେଳେ କେଉଁଠି ଥିଲେ, ମରୁଡ଼ି ବେଳେ ଖେଉଁଠି ଥିଲେ । ଧାନର ସହାୟକ ମୂଲ୍ୟ ଦେଢ଼ଗୁଣ କରିବା କୁଆଡ଼େ ଗଲା । ମହାନଦୀ ପାଣି ବନ୍ଦ କଲେ । ଏସସିଏଟି ପିଲାଙ୍କ ବୃତ୍ତି ବନ୍ଦ କଲେ । ଆପଣ ସେମାନଙ୍କୁ ପଚାରନ୍ତୁ କୋଲଇା ରୟାଲଟିର ସଂଶୋଧନ ହୋଇନି କାହିଁକି? ୫ ମିନିଟର କାମ ୫ ବର୍ଷରେ ହୋଇପାରିଲା ନାହିଁ କାହିଁକି? କୋଇଲା ରୟାଲଟିରୁ କେନ୍ଦ୍ର ସରକାର ପାଉଛି ହଜାର ହଜାର କୋଟି ଟଙ୍କା । ଓଡ଼ିଶା ପାଉଛି ପ୍ରଦୁଷଣ ଓ ଧୂଳି । ଓଡ଼ିଶା ବିଜେପିର ବଡ଼ ବଡ଼ ନେତାମାନେ କୋଇଲା କାରବାର କରୁଛନ୍ତି କି? ଏମସିଏଲ, ଏନଟିପିସି ହଜାର ହଜାର କୋଟି ଟଙ୍କା ଲାଭ ପାଉଛନ୍ତି । ସ୍ଥାନୀୟ ଅଂଚଳର ବିକାଶ ପାଇଁ କଣ କରୁଛନ୍ତି । ବିଜେପି ନେତାମାନେ ଠିକାଦାର ବନ୍ଧୁମାନଙ୍କ ପାଇଁ କାମ କରୁଛନ୍ତି । ଓଡ଼ିଶା ଯୁବକମାନଙ୍କୁ ଅଣଦେଖା କରାଯାଉନି କି? ଜମି ହରାଇଥିବା ଲୋକଙ୍କୁ ଟଙ୍କା ମିଳୁନାହିଁ । ଓଡ଼ିଶାର କେନ୍ଦ୍ରୀୟ ମନ୍ତ୍ରୀମାନେ ଚୁପ କାହିଁକି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଜେପି ଛାନିଆ ହୋଇଯାଇଛି । ବିଜେପି ନେତା ଇଭିଏମ ଭାଙ୍ଗିବା ଆରମ୍ଭ କଲେଣି ।
ମୁଁ ସବୁବେଳେ ଆପଣମାନଙ୍କ ସାଥୀରେ ଅଛି ଓ ରହିଥିବି । ସାଧାରଣ ଲୋକର ସ୍ୱାର୍ଥ ମୋ ପାଇଁ ସବୁଠାରୁ ବଡ଼ । ସାଢ଼େ ୪ କୋଟି ଓଡ଼ିଶାବାସୀ ମୋର ପରିବାର । ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଆପଣମାନଙ୍କ ସେବା କରି ଚାଲିଥିବି । ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ । ସାଂସଦ ପ୍ରାର୍ଥୀ ମହେଶ ସାହୁ ଓ ବିଧାୟକ ପ୍ରାର୍ଥୀ ଶ୍ରୀ ମୁକେଶ ପାଲଙ୍କୁ ଆଶୀର୍ବାଦ କରନ୍ତୁ, ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ।

Leave A Reply

Your email address will not be published.