OnaKhabar

‘ନାଗିନ୍‌-୩’ର ଫ୍ୟାନ୍ସଙ୍କ ପାଇଁ ଖୁସି ଖବର…ଜାଣି ନିଅନ୍ତୁ କଣ..

0 17

ମୁମ୍ୱାଇ: ସୁପର ନାଚୁରାଲ ଥ୍ରୀଲର ନାଗିନ ପ୍ରେମୀଙ୍କ ଲାଗି ଏକ ଖୁସି ଖବର | ‘ନାଗିନ୍‌-୩’ର ଫ୍ୟାନ୍ସଙ୍କ ପାଇଁ ଏହାର ନିର୍ମାତା ଏକ ଭେଟି ଆଣି ଦେଉଛନ୍ତି । ଏହି ମେଗା ଶୋ’ ର ୨ ଟି ସିଜିନ୍‌ ଖୁବ୍‌ ସଫଳ ହୋଇଥିବା ବେଳେ ‘ନାଗିନ୍‌-୩’ ମଧ୍ୟ ଫାଇନାଲ୍‌ରେ ପହଞ୍ଚିଲାଣି । ଏହି ଖାସ୍‌ ଅବସରରେ ଶୋ’ର ନିର୍ମାତା ଦର୍ଶକଙ୍କ ଲାଗି ଏକ ବଡ଼ ସରପ୍ରାଇଜ୍‌ର ଘୋଷଣା କରିଛନ୍ତି । ଶୋ’ର ପ୍ରଡ୍ୟୁସର ଏକତା କପୁର ସିଜିନ୍‌-୩ର ଗ୍ରାଣ୍ଡ୍‌ ଫାଇନାଲର ଘୋଷଣା କରି ସାରିଥିବା ବେଳେ କିଛି ବଡ଼ ଧମାଲ ହେବାକୁ ଯାଉଛି ବୋଲି ସୂଚନା ଦେଇଛନ୍ତି । ନାଗିନ୍‌ର ୨ଟି ପୁରୁଣା ଏପିସୋଡ୍‌ରେ ଲିଡ୍‌ ରୋଲ ପ୍ଲେ କରୁଥିବା ମୌନି ରୟ ଏବେ ଫାଇନାଲ୍‌ ଏପିସୋଡ଼ରେ ଧମାକେଦାର ଏଣ୍ଟ୍ରି କରିବେ ବୋଲି ସୂଚନା ମିଳିଛି । ଏହି ଏପିସୋଡ୍‌କୁ ନେଇ ଦର୍ଶକଙ୍କ ଉତ୍ସୁକତା ବଢିବାରେ ଲାଗିଛି । ଏଥିରେ ବହୁ ଟୁଇଷ୍ଟ ଓ ଟର୍ନ ରହିଥିବା ଦେଖିବାକୁ ମିଳିବ । ଏନେଇ ପ୍ରମୋ ଭିଡ଼ିଓରେ ସୂଚନା ଦିଆଯାଇଛି । ଏଥିରେ ଏକତା କ୍ୟାପସନ ଦେଇଛନ୍ତି- ନାଗିନ୍‌ ଫ୍ୟାନସ୍‌ ଫାଇନାଲ ଏପିସୋଡ୍‌ ଦେଖିବା ଆଗରୁ ନିଜ ନିଜ ସିଟ୍‌ ବେଲ୍ଟ ବାନ୍ଧି ଦିଅନ୍ତୁ । କାରଣ ଏଥର ଆସିବେ ପ୍ରକୃତ ନାଗିନ |

https://www.onakhabar.com/2019/04/mouni-roy-could-do-item-number-in-salman-khan-movie-dabangg-3/

Leave A Reply

Your email address will not be published.