OnaKhabar

୩ ବର୍ଷ ଶିଶୁକୁ ୧୫ ବର୍ଷର ନାବାଳକ କଲା ଦୁଷ୍କର୍ମ

0 21

ବଲାଙ୍ଗୀର: ରାଜ୍ୟରେ ଗୋଟେ ପରେ ଗୋଟେ ଲଜ୍ଜ୍ୟଜନକ କାଣ୍ଡ ଘଟୁଥିବାର ସୂଚନା ମିଳୁଛି । ତେବେ ଏହି କ୍ରମରେ ଆଜି ପୁଣି ଏକ ଦୁଷ୍କର୍ମ ଘଟଣା ସାମନାକୁ ଆସିଛି । ଏହି ଦୁଷ୍କର୍ମ ଘଟଣା ବଲାଙ୍ଗରି ସଦର ଥାନା ଅଞ୍ଚଳରେ ହୋଇଥିବାର ଜଣାପଡିଛି । । ଜଣେ ତିନିବର୍ଷର ଶିଶୁ ସହ ଜଣେ ୧୫ ବର୍ଷୀୟ ନାବାଳକ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ନାବାଳକ ଜଣଙ୍କ ନବମ ଶ୍ରେଣୀର ଛାତ୍ର ବୋଲି ଜଣାପଡିଛି । ତେବେ ଶିଶୁଟି ଦୁଷ୍କର୍ମର ଶିକାର ହେବା ପରେ ଗୁରୁତର ହୋଇପଡିଛି । ତାକୁ ବଲାଙ୍ଗୀର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଏପରି ନିନ୍ଦନୀୟ ଘଟଣା ଘଟାଇବା ପରେ ନାବାଳକ ଜଣଙ୍କ ଫେରାର ଥିବା ଜଣା ପଡିଛି ।
ସୂଚନାରୁ ପ୍ରକାଶ, ଶିଶୁଟି ଘର ଆଗରେ ଖେଳୁଥିବା ବେଳେ ତାଙ୍କୁ ନାବାଳକ ଜଣଙ୍କ ଘରୁ ଡାକି ନେଇ ଦୁଷ୍କର୍ମ କରିଥିଲା । ଏହି ଘଟଣା ପରେ ଶିଶୁଟି ଗୁରୁତର ହୋଇପଡିବାରୁ ପରବିର ଲୋକେ ତାକୁ ସଙ୍ଗେ ସଙ୍ଗେ ମେଡିକାଲ ନେଇଥିଲେ । ଶିଶୁଟିର ଅବସ୍ଥା ଗୁରୁତର ଥିବା ଜଣା ପଡିଛି । ସେପଟେ ଏହି ଖବର ଗ୍ରାମରେ ଜଣା ପଡିବା ପରେ ଗ୍ରାମବାସୀ ଥାନାରେ ଅଭିୟୋଗ କରିଛନ୍ତି । କିନ୍ତୁ ବର୍ତ୍ତମାନ ପ ର୍ଯ୍ୟନ୍ତ ପୁଲିସ ଘଟଣା ସ୍ଥଳରେ ପହଁଞ୍ଚିନଥିବା ବେଳେ ନାବାଳକର ପରିବାର ଲୋକେ ତାକୁ କୁଆଡେ ପଠାି ଦେଇଥିବାର ଜଣା ପଡିଛି । ଏହି ଘଟଣା ଘଟିବା ପରେ ସାରା ଗ୍ରାମରେ ଉତ୍ତେଜନା ପ୍ରକାସ ପାଉଛି ।

https://www.onakhabar.com/2019/04/murder-attempt-after-rape/

Leave A Reply

Your email address will not be published.