OnaKhabar

ମାଙ୍କଡ ଟଙ୍କା ନେଇଯିବାରୁ ଶ୍ରୀମନ୍ଦିର ଚୂଡାକୁ ଚଢିଲେ ଯୁବକ

0 11

ପୁରୀ: ଶ୍ରୀମନ୍ଦିରରେ ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ପୁଣି ଏକ ଅଭାନୀୟ ଘଟଣା ଘଟିଛି ଯାହାକୁ ନେଇ ଏବେ ସୁରକ୍ଷା ବ୍ୟବସ୍ଥା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ଅନୁସାରେ, ବିମଳାଙ୍କ ମନ୍ଦିର ନିକଟରେ ଏଏସ୍‌ଆଇ ପକ୍ଷରୁ ଲାଗିଥିବା ସିଡିବାଟ ଦେଇ ଯୁବକ ଜଣଙ୍କ ଶ୍ରୀମନ୍ଦିର ଚୂଡାକୁ ଚଢି ଯାଇଥିଲେ । ସେଠାରେ ନୀଳଚକ୍ର ବାନାକୁ ଛିଣ୍ଡାଇ ଆଣିବା ସହ ଏକ ଗାମୁଛା ନୀଳଚକ୍ରରେ ବାନ୍ଧି ଦେଇଥିଲେ । ପରେ ଯୁବକ ଜଣଙ୍କ ତଳକୁ ଓହ୍ଲାଇବା ପରେ ସିଂହଦ୍ୱାର ପୁଲିସ ତାଙ୍କୁ ଗିରଫ କରିଥିଲା । ସେ ହେଉଛନ୍ତି ଭଦ୍ରକ ଟାଉନର ହାତିଆ ମହନ୍ତ । ତେବେ ଯୁବକଙ୍କ ମାନସିକ ଭାରସମ୍ୟ ଠିକ ନଥିବା ପୁରୀ ଏସ୍‌ପି ଡା. ଉମାଶଙ୍କର ଦାଶ କହିଛନ୍ତି । ଧରା ପଡିଥିବା ଯୁବକ କହିଛନ୍ତି ଗତକାଲି ତାଙ୍କ ପାଖରେ ଥିବା ୫ ହଜାର ଟଙ୍କା ମାଙ୍କଡ଼ ନେଇଯାଇଥିଲା । ପୁଲିସକୁ ଏ ସମ୍ପର୍କରେ ଜଣାଇଥିଲି । ତେବେ ପୁଲିସ ନଶୁଣିବାରୁ ଟଙ୍କା ଖୋଜିବା ପାଇଁ ମନ୍ଦିର ଚୂଡ଼ାକୁ ଚଢ଼ିଥିଲି ।

https://www.onakhabar.com/2019/03/sree-mandira-meeting-complete/

Leave A Reply

Your email address will not be published.