OnaKhabar

ପୁଣି ନିର୍ବାଚନୀ ହିଂସା, ଯୁବକଙ୍କୁ ଗଛରେ ବାନ୍ଧି ହାଣିଲେ ଦୃର୍ବୁତ୍ତ

0 14

ନୟାଗଡ଼: ରାଜ୍ୟର ସବୁଆଡେ ନିର୍ବାଚନୀ ହିଂସା ହେଉଥିବାର ଦେଖିବାକୁ ମିଳୁଛି | ଏହି କ୍ରମରେ ଆଜି ନୟାଗଡ଼ର କରଡ଼ା ଗାଁରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଆକ୍ରମଣ କରିଥିବା ଜଣାପଡ଼ିଛି । ସୂଚନାରୁପ୍ରକାଶ, ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା କରଡ଼ା ଗାଁରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ଆସିଛି । ଯୁବକ ଜଣଙ୍କ ଏକ ନିର୍ଦ୍ଧିଷ୍ଟ ଦଳର ପତାକା ବାଣ୍ଟୁଥିବାରୁ ତାକୁ ଘରୁ ଡାକି ଜଣେ ଦୁର୍ବୃତ୍ତ ଗଛରେ ବାନ୍ଧି ଦେଇଥିଲା । ଏହାପରେ ଖଣ୍ଡାରେ ହାଣି ତାଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଶରଣକୁଳ ମେଡ଼ିକାଲକୁ ପଠାଯାଇଛି । ଆକ୍ରମଣ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବାରୁ ପୋଲିସ ଅଭିଯୁକ୍ତକୁ ଧରିବାକୁ ତନାଘନା ଚାଲୁଥିବାର ସୂଚନା ମିଳିଛି ।

https://www.onakhabar.com/2019/04/bjd-worker-attacked-at-balasore/

 

Leave A Reply

Your email address will not be published.