OnaKhabar

କାର୍‌କୁ ପିଟିଲା ବସ୍ ; କାର୍ ଡ୍ରାଇଭର ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ

0 8

ଯାଜପୁର : ଯାଜପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । କାରକୁ ବସ ପିଟିବା ଫଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ବସ ରେ ଥିବା ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ଅନ୍ଧାରୀ ଛକ ନିକଟରେ ଏକ କାରକୁ ଧକ୍କା ଦେଇଛି ଯାତ୍ରାବାହୀ ବସ । କାରକୁ ଧକ୍କା ଦେବା ପରେ ବସ୍ ଟି ରାସ୍ତା କଡକୁ ଖସିପଡିଛି । ଫଳରେ କାର୍ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ବସ୍ ରେ ଥିବା ୫୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

https://www.onakhabar.com/2019/04/%E0%AC%9C%E0%AC%AE%E0%AC%BF-%E0%AC%AC%E0%AC%BF%E0%AC%AC%E0%AC%BE%E0%AC%A6%E0%AC%95%E0%AD%81-%E0%AC%95%E0%AD%87%E0%AC%A8%E0%AD%8D%E0%AC%A6%E0%AD%8D%E0%AC%B0%E0%AC%95%E0%AC%B0%E0%AC%BF-%E0%AC%B8/

Leave A Reply

Your email address will not be published.