OnaKhabar

ଗ୍ୟାଙ୍ଗଷ୍ଟର ଟିଟୋ ଝାରପଡା ଜେଲକୁ ସ୍ଥାନାନ୍ତର ହେଲେ

0 7

ଭୁବନେଶ୍ବର : ଗ୍ୟାଙ୍ଗଷ୍ଟର ଟିଟୋକୁ ଝାରପଡା ଜେଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କୁ କେନ୍ଦ୍ରାପଡା ଜେଲରୁ ଆଜି ଭୁବନେଶ୍ବର ଝାରପଡାକୁ ଅଣାଯାଇଛି । ତେବେ କଣ ପାଇଁ ଟିଟୋକୁ ହଠାତ୍ ସ୍ଥାନାନ୍ତରିତ କରାଗଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ନଥିବା ଝାରପଡା ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି । ତେବେ ପୂର୍ବରୁ ଟିଟୋ ଜେଲରେ ରହି କେନ୍ଦ୍ରାପଡା ରାଜନୀତିକୁ ପ୍ରଭାବିତ କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ସେ ଜେଲରେ ଥିବାବେଳେ ସଂଖ୍ୟାଲଘୁ ଭୋଟରଙ୍କୁ ପ୍ରଭାବିତ କରୁଥିବା ସୂଚନା ମିଳୁଥିଲା । ଟିଟୋର ଭାଇ, ପରିବାର ବର୍ଗ ଓ ସମ୍ପର୍କୀୟ ଏବେ ଟିଟୋ ଇସାରାରେ କାମ କରୁଥିବା ବେଳେ ଆଗାମୀ ନିର୍ବାଚନରେ ତାର ଭୂମିକା ନେଇ ପ୍ରଶ୍ନ ଉଠିଥିଲା|

https://www.onakhabar.com/2019/04/mental-hai-kya-movie-poster-realize/

Leave A Reply

Your email address will not be published.