OnaKhabar

ବିଛା ରାଶିର ବ୍ୟକ୍ତିମାନେ ବୁଝି ବିଚାରି ନିଅନ୍ତୁ ନିଷ୍ପତ୍ତି, ଦେଖନ୍ତୁ କଣ ରହିଛି ଭାଗ୍ୟ ଆଜିର ରାଶିଫଳରୁ….

ଭୁବନେଶ୍ୱର: ଆଜି ହେଉଛି ଶୁକ୍ରବାର | ଏହି ଦିନଟି ଆପଣଙ୍କର କିପରି କଟିବ ଆସନ୍ତୁ ଜାଣିବା ଆଜିର ରାଶିଫଳରୁ…
ମେଷ: ନୂତନ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି। ବିବାହ ସ୍ଥିର ହୋଇପାରେ।

ବୃଷ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ।

ମିଥୁନ: ଖର୍ଚ୍ଚ ବଢ଼ିବ। ଅପରାହ୍ଣ ପରେ ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ମାଲି ମକଦ୍ଦମାରେ ବିଜୟୀ ହେବେ।
କର୍କଟ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ମନ ବିଚଳିତ ରହିବ।

ସିଂହ: ମାନ-ସମ୍ମାନ ମିଳିବ। ଆତ୍ମବିଶ୍ୱାସ ବଢ଼ିବ। ପରିବାରରେ ହସଖୁସିର ପରିବେଶ ରହିବ। ଜଳାଶୟ ଠାରୁ ଦୂରେଇ ରୁହନ୍ତୁ।

କନ୍ୟା: ଋଣ ଦିଅନ୍ତୁ ନାହିଁ। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ତୁଳା: ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

ବିଚ୍ଛା: ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।

ଧନୁ: ଆର୍ଥିକ ସ୍ଥିତି ଭଲ ରହିବ। ବନ୍ଧୁଙ୍କ ସହ ମନୋରଞ୍ଜନ ସ୍ଥାନକୁ ବଲିବାକୁ ଯାଇ ପାରନ୍ତି। ଶରୀରରେ ଆଘାତ ଲାଗି ପାରେ।

ମକର: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ଚିନ୍ତାଧାରାଠାରୁ ଦୂରେଇ ରୁହନ୍ତୁ। ପରିବାରର କୌଣସି ସଦସ୍ୟଙ୍କ ସହ ଝଗଡ଼ା ହୋଇପାରେ।

କୁମ୍ଭ: ଚାକିରି କ୍ଷେତ୍ରରେ ପ୍ରଶଂସିତ ହେବେ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ନୂତନ ବସ୍ତ୍ର କିଣିପାରନ୍ତି।

ମୀନ: ଅଳସୁଆ ଅନୁଭବ କରିବେ। ଆର୍ଥିକ ସଙ୍କଟ ଦେଖା ଦେଇପାରେ। ଘରକୁ ଅତିଥି ଆସିପାରନ୍ତି ।