OnaKhabar

ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍, ୧ମୃତ ୬ଆହତ

0 10

ବଲାଙ୍ଗିର: ରାଜ୍ୟକୁ ଗୋଟେ ପ୍ରକାରର ଶନି ଦଶା ପଡ଼ିଥିବାର ଲାଗୁଛି । ଗଲା କିଛି ମାସ ମଧ୍ୟରେ ଦୁର୍ଘଟଣାର ସଂଖ୍ୟା ଜୋରରେ ବଢ଼ିଚାଲିଛି । ତେବେ ଆଜି ପୁଣି ବଲାଙ୍ଗିରି ମଳମୁଣ୍ଡା ନିକଟରେ ଏକ ଯାତ୍ରୀବାହି ଘରୋଇ ବସ୍ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳ ୬ଜଣ ଆହତ ହୋଇଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ହେଲେ ତୁମେରବାହଲ୍ ଗାଁର ଅରୁଣ ପାତ୍ର । ଘଟଣା ସ୍ଥଳକୁ ଅଗ୍ନିଶମ କର୍ମଚାରୀମାନେ ପହଁଚିଂ ଆହତ ମାନଙ୍କୁ ଉଦ୍ଧାର କରି ବଲାଙ୍ଗିରି ଭିମଭୋଇ ମେଡିକାଲ୍ କଲେଜ୍ ଓ ହସ୍ପିଟାଲେରେ ପ୍ରାଥମିକ ଚିକିତ୍ସା କରାଯାଇ ଘରକୁ ପଠାଇ ଦେଇଥିଲେ ।
ସୂଚନାନୁଯାୟୀ, ଶ୍ରୀରାମ ନାମକ ଏହି ବସ୍ଟି ଭୁବନେଶ୍ୱରରୁ ବଲାଙ୍ଗିରି ଆସୁଥିବା ବେଳେ ଭୋର୍ ପ୍ରାୟ ୪ଟା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ସେତେବେଳେ ବସ୍ ଭିତରେ ମାତ୍ର ୧୦ଜଣ ଯାତ୍ରୀ ଥିଲେ । ବସ୍ ଓଲଟିବା ବେଳେ ବିଦ୍ୟୁତ୍ ତା’ର ସଂସ୍ପର୍ଶରେ ଆସିଥିଲା । ଏମିତିକି ତା’ର ମଧ୍ୟ ଛିଡ଼ି ଯାଇଥିଲା । ବହୁତ ବଡ଼ ବିପଦରୁ ରକ୍ଷା ମଧ୍ୟ ମିଳି ଯାଇଥିଲା କାରଣ, ଗୁରୁବାର ରାତିରେ ବର୍ଷା ଓ ଝଡ଼ତୋଫାନ ଯୋଗୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା । ନହେଲେ ବହୁତ ବଡ଼ ଅଘଟଣ ଘଟି ଥାଆନ୍ତା ବୋଲି ଚର୍ଚ୍ଚା ହେଉଛି । ମୃତ ଅରୁଣଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ତାଙ୍କ ସମ୍ପର୍କୀୟମାନେ ଦାବୀ କରିଛନ୍ତି ।

https://www.onakhabar.com/2019/04/pulling-female-supervisor-death/

Leave A Reply

Your email address will not be published.