OnaKhabar

ହାତୀ ଆକ୍ରମଣରେ ପାଞ୍ଚ ମୃତ, ଗୋଟିଏ ପରିବାରରୁ ତିନି

0 15

ଅନୁଗୁଳ: ରାଜ୍ୟରେ ପୁଣି ମାତିଲେ ହାତୀ । ତେବେ ହାତୀ କେବଳ ମାତି ନାହାନ୍ତି ଏଥର ଏକା ସାଙ୍ଗରେ ୫ ଜଣଙ୍କର ଜୀବନ ନେଇଥିବାର ସୂଚନା ମିଳିଛି । ତେବେ ଏପରି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ତାଲଚେର ଅଚଂଳରେ । ପ୍ରଥମେ ଷଣ୍ଡ ଗାଁରେ ୪ଜଣ ପ୍ରାଣ ହରାଇଥିଲାବେଳେ ସନ୍ଥପଡ଼ା ଗାଁରେ ମଧ୍ୟ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି ।
ସୂଚନାନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଷଣ୍ଡ ଗାଁରେ ଏକ ଦନ୍ତା ହାତୀ ପଶିଯିବା ଫଳରେ ଚାରି ଜଣଙ୍କୁ ପାଦରେ ଦଳୀ ମାରି ଦେଇଥିଲା । ୪ଜଣଙ୍କ ମଧ୍ୟରୁ ତିନିଜଣ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି, ସେମାନେ ହେଲେ ୨୫ ବର୍ଷୀୟ କାଳି ସଅର, ୨ ବର୍ଷିୟା ଝିଅ ଅନିତା ସଅର, ୧୨ ବର୍ଷାୟ ଭଉଣୀ ସାରଥି ସଅର । ସେହିପରି ପ୍ରାଣ ହରାଇଥିବା ଅନ୍ୟଜଣେ ୩୫ବର୍ଷୀୟା ମହିଳା ସୁନୀତା ବୋଲି ଜଣାପଡ଼ିଛି ।
ସେହିପରି ହାତୀଟି ଷଣ୍ଡ ଗାଁ ନିକଟରେ ଥିବା ସନ୍ଥପଡ଼ା ଦେଇ ଯାଉଥିବା ବେଳେ ଏକ ବୃଦ୍ଧଙ୍କୁ କଚାଡ଼ି ମାରି ଦେଇଛି । ବୃଦ୍ଧକ ଜଣଙ୍କ ହେଲେ ୭୦ ବର୍ଷୀୟା ଭ୍ରମରବର ସାମଲ ବୋଲି ଜଣାପଡ଼ିଛି ।
ଏହି ଘଟଣାକ୍ୁ ନେଇ ସ୍ଥାନୀୟ ଅଚଂଳରେ ଉତେଜନା ଦେଖିବାକୁ ମିଳିଛି । ମୃତକଙ୍କ ପରିବାରଙ୍କୁ କ୍ଷତିପୁରଣ ଦେବା ପାଇଁ ଗାଁ ଲୋକେ ଦାବୀ କରିଛନ୍ତି । ଘଟଣା ସ୍ଥଳକୁ ତାଳଚେର୍ ପୁଲିସ ଓ ବନବିଭାଗ କର୍ମଚାରି ପହଁଚିଂ ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଆୟତ୍ତକୁ ଆସିଥିଲା ।

https://www.onakhabar.com/2019/04/woman-killed-in-elephant-attack-in-anugul/

Leave A Reply

Your email address will not be published.