OnaKhabar

ପ୍ରଥମ ପର୍ଯ୍ୟାୟ ଅନୁସାରେ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ କମିଲା

30

ଭୁବନେଶ୍ଵର: ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଗୁରୁବାର ଦିନ ଶେଷ ହୋଇଛି । ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨ ପ୍ରତିଶତ ମତଦାନ ହୋଇଥିବାର ଜଣା ପଡିଛି । ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ପରମାଣିକ ଆଜି ଏହି ସୂଚନା ଦେଇଛନ୍ତି । ଗତକାଲି ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୪ ପ୍ରତିଶତ ମତଦାନ ହୋଇଥିଲା । ଏହି ପର୍ୟ୍ୟା୍ୟରେ ୨୭୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଯାଇଛି । ପ୍ରଥମ ପର୍ୟ୍ୟାୟ ତୂଳନାରେ ଦ୍ଵିତୀୟ ପର୍ଯ୍ୟାୟରେ ଭୋଟ୍ ହାର ହ୍ରାସ ପାଇଛି । ପ୍ରଥମ ପର୍ଯ୍ୟାୟରେ ୭୩.୭୬ ପ୍ରତିଶତ ମତଦାନ ହୋଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ୭୨ ପ୍ରତିଶତ ମତଦାନ ହୋଇଛି ।

https://www.onakhabar.com/2019/04/ceo-odisha-recommends-repolling-in-4-booth-stations/