OnaKhabar

ଏନ୍‌ଜିଓ ଆକାଉଣ୍ଟାଣ୍ଟଙ୍କ ବେକ କାଟି ହତ୍ୟା ଅଭିଯୋଗ

0 13

ନୂଆପଡ଼ା: ପୁଣି ରାଜ୍ୟରେ ଏକ ଅପରାଧ ହୋଇଥିବାର ଜଣାପଡିଛି | ଜଣେ ଯୁବକର ତଣ୍ଟି କଟାଯାଇ ହତ୍ୟା କରାଯାଇଥିବାର ଅବିଯୋଗ ହୋଇଛି | ଏପରି ଅଭାନୀୟ ଘଟଣା ଘଟିଛି ସଦର ବ୍ଲକ୍‌ ଅନ୍ତର୍ଗତ ଧରମବନ୍ଧା ପଞ୍ଚାୟତର ଶିଶୁ ମନ୍ଦିର ନିକଟରେ | ମୃତ ଯୁବକ ଜଣଙ୍କ ହେଉଛନ୍ତି ଧରମବନ୍ଧା ଗାଁ’ର ଯମୁନା ପ୍ରସାଦ ସାହୁଙ୍କ ୨୫ ବର୍ଷିୟ ପୁଅ କିଶୋର । ଯୁବକଙ୍କର ତଣ୍ଟିରେ କଟା ଚିହ୍ନ ରହିଥିବାରୁ କେହି ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । କିଶୋର ନୂଆପଡ଼ାସ୍ଥିତ ‘ଆଶା ଓଡ଼ିଶା’ ନାମକ ଏନ୍‌ଜିଓର ଆକାଉଣ୍ଟ୍‌ସ୍‌ ବିଭାଗରେ କାମ କରୁଥିଲେ । ଖବର ପାଇ ଧରମବନ୍ଧା ଥାନା ଅଧିକାରୀ ଦିଲୀପ କୁମାର ଲାକ୍ରା ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି |

https://www.onakhabar.com/2019/04/wife-murder-his-husband/

Leave A Reply

Your email address will not be published.