OnaKhabar

ଅଷ୍ଟପ୍ରହରୀ ଦେଖିବାକୁ ଜିଦ କରିବାରୁ ଭଉଣୀକୁ ଚାପୁଡା ମାରି ଜୀବନ ନେଲା ଭାଇ

0 19

ନୂଆପଡ଼ା: ରାଜ୍ୟରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି । ଭାଇର ଚାପୁଡ଼ା ମାଡ଼ରେ ଭଉଣୀର ମୃତ୍ୟୁ ଘଟିଥିବାର ଅବିଯୋଗ ହୋଇଛି । ପୋଲିସ ଅଭିଯୁକ୍ତ ଭାଇକୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବାର ସୂଚନା ମିଳିଛି ।
ଏପରି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ନେହେନା ଗାଁରେ । ସୂଚନାନୁସାରେ ଉଭୟ ଭାଇଭଉଣୀ ମଧ୍ୟରେ ଝଗଡା ହୋଇଥିଲା | ଅଷ୍ଟପ୍ରହରୀ ଦେଖିଯିବା ପାଇଁ ଭଉଣୀ ଜିଦ ଧରିଥିବାରୁ ଭାଇ ମାଡ଼ ମାରିଥିଲା | ଭାଇ ରାଗିଯାଇ ଚାପୁଡ଼ା ମାରିବାରୁ ଭଉଣୀର ମୃତ୍ୟୁ ହୋଇଥିଲା | ମୃତକ ଭଉଣୀ ହେଲା ଅଙ୍କିତା ଦଣ୍ଡସେନା | ଅଭିଯୁକ୍ତ ଭାଇ ହେଲା ମୁକୁଚନ୍ଦ ଦଣ୍ଡସେନା | ତେବେ ପରିବାର ଲୋକେ ପୋଲିସକୁ ନଜଣାଇ ଅଙ୍କିତାଙ୍କ ମୃତଦେହ ପୋଡ଼ିଦେଇଥିଲେ । କୈାଣସି ସୂତ୍ରରୁ ଖବର ପାଇଁ ପୋଲିସ ଅଭିଯୁକ୍ତ ମୁକୁଚନ୍ଦକୁ ଅଟକ ରଖି ତଦନ୍ତ ଜାରି କରିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତୁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ |

https://www.onakhabar.com/2019/04/youth-allegdly-killed-throat-silted/

 

Leave A Reply

Your email address will not be published.