OnaKhabar

ପେଜକୁ ସାମ୍ଫୁ ଆକାରରେ ବ୍ୟବହାର କରନ୍ତୁ,କେଶର ଚମକ ବଢାନ୍ତୁ

0 4

ଭୁବନେଶ୍ୱର: ଭାତ ହୋଇଗଲା ପରେ ସମସ୍ତେ ପେଜକୁ ଅଦରକାରୀ ଭାବି ଫିଙ୍ଗି ଦେଇଥାଆନ୍ତି । କିନ୍ତୁ ଆପଣମାନେ ଜାଣି ନଥିବେ, ଏହା ଶରୀର ପାଇଁ କେତେ ଉପକାରୀ ହୋଇଥାଏ । ଏଥିରେ ପ୍ରୋଟିନ୍ , ଭିଟାମିନ୍ ଓ ଆଟିଂ-ଅକ୍ସିଡେଟଂର ମାତ୍ରା ପ୍ରଚୁର ପରିମାଣରେ ରହିଛି । ଆସନ୍ତୁ ଜାଣିବା ପେଜର ବ୍ୟବହାର ଆମକୁ କି ପ୍ରକାର ଫାଇଦା ଦେଇଥାଏ ।
୧) ଶରୀରରେ ପାଣିର ଅଭାବରୁ ଡିହାଇଡ୍ରେସନ୍ ହୋଇଥାଏ । ଖାସ୍ କରି ଖରାଦିନେ ଏହି ସମସ୍ୟା ଅଧିକ ଦେଖାଯାଇଥାଏ । ପେଜ ପିଇବା ଦ୍ୱାରା ପାଣିର ଅଭାବ ଦୂର ହୋଇଥାଏ । ଏଥିସହ ପେଜରେ ଥିବା ଫାଇବର ହଜମ ପ୍ରକ୍ରିୟାକୁ ମଧ୍ୟ ଭଲ ରଖେ ।
୨) ଯଦି ଆପଣଙ୍କ ଉଚ୍ଚ ରକ୍ତ ଚାପ ଅଛି, ତାହେଲେ ନିୟମିତ ପେଜ ପିଅନ୍ତୁ । ଏଥିରେ ସୋଡିୟମ୍ର ମାତ୍ରା କମ୍ ଥିବାରୁ ଏହା ରକ୍ତ ଚାପକୁ ନିୟନ୍ତ୍ରଣରେ ରଖେ ।
୩) ପେଜରେ ଲୁଣ ଓ ଭଜା ଜିରା ମିଶାଇ ଏନର୍ଜି ଡ୍ରିଙ୍କ୍ ପ୍ରସ୍ତୁତି କରାଯାଏ । ଯାହା ଶରୀର ପାଇଁ ଲାଭ ଦାୟକ ହୋଇଥାଏ । ଏହା ଖରାଦିନେ ଶରୀର ପାଇଁ ଗ୍ଲୁକୁଜ୍୍ ଭଳି କାମ ଦେଇଥାଏ ।
୪) ପେଜରେ ପୋଦିନା ଓ କଳା ଲୁଣ ମିଶାଇ ସୁପ୍ ବି ପ୍ରସ୍ତୁତ ହୁଏ । ଏହାକୁ ପିଇବା ଦ୍ୱାରା ଶରୀରକୁ ଭିଟାମିନ୍ ମିଳିଥାଏ । ଏହା ବ୍ୟତିତ ଏହି ସୁପ୍ କୋଷ୍ଟ କାଠିନ୍ୟରୁ ବି ଆରାମ ଦେଇଥାଏ ।
୫) ପେଜରେ ଅନେକ ପ୍ରକାର ଭିଟାମିନ୍ ଓ ମିନେରାଲ୍ସ ଭରି ରହିଥାଏ । ଏହା ଦ୍ୱାରା ତ୍ୱଚାରେ ଥିବା ଦାଗ ମଧ୍ୟ ଦୂର ହୋଇଥାଏ ।
୬) ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପେଜକୁ ସାମ୍ଫୁ ଆକାରରେ ମଧ୍ୟ ବ୍ୟବହାର କରାଯାଇଥାଏ । ପେଜକୁ କେଶରେ ଲଗାଇ ଥଣ୍ଡା ପାଣିରେ ଧୋଇବା ଦ୍ୱାରା କେଶର ଚମକ ମଧ୍ୟ ଦେଖାଯାଇଥାଏ ।

https://www.onakhabar.com/2019/04/beauty-tips-for-clean-face/

Leave A Reply

Your email address will not be published.