OnaKhabar

ସରକାର ସିବିଆଇ ତଦନ୍ତକୁ କାହିଁକି ବିରୋଧ କରୁଥିଲେ ସେଥିରୁ ସବୁ ଜଣାପଡୁଛି – ପ୍ରକାଶ ମିଶ୍ର

0 15

ଭୁବନେଶ୍ୱର (ଓଏନଏ): ୨୦୧୪ରେ ଆମ୍ବୁଲାନ୍ସରେ ଯାଉଥିବା ଟଙ୍କାକୁ ଧରିବାରୁ କ୍ଷୁବ୍ଧ ହେଲେ ନବୀନ ସରକାର । ଏଭଳି ସାଂଘାତିକ ମନ୍ତବ୍ୟ ଦେଇଛନ୍ତି କଟକ ସଦରରୁ ବିଜେପି ସାଂସଦ ପ୍ରାର୍ଥୀ ପ୍ରକାଶ ମିଶ୍ର । ଆହୁରି ଗୁରୁତ୍ୱପୂଣ୍ଣ ତଥ୍ୟ ରଖି ପ୍ରକାଶ କହିଛନ୍ତି ସାରଦା ଚିଟଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତକୁ ସୁପ୍ରିମକୋର୍ଟରେ ବିରୋଧ କରିଥିଲେ ରାଜ୍ୟ ସରକାର । ଏପରିକି ପ୍ରାୟ ୨୦ ହଜାର କୋଟି ଟଙ୍କାର ଏହି ମହା ଦୁର୍ନୀତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ତଦନ୍ତ ହେଉ ତାହା ବି ସରକାର ଚାହୁଁ ନଥିଲେ । ନବୀନଙ୍କ ଶାନନକୁ ଏକ ଛତ୍ରବାଦୀ କହିବା ସହ ପ୍ରକାଶ ମିଶ୍ର ଆହୁରି କହିଛନ୍ତି ଏ ସରକାରରେ ବାକି ସଚିବ କିଛି ନୁହଁନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ହିଁ ସରକାର ଚାଲେ ।
ପ୍ରକାଶ ମିଶ୍ର କହିଛନ୍ତି, ସରକାର ସ୍ଥିର ସରକାର ନୁହେଁ, ସରକାର ଜଡ ହୋଇଗଲେଣି । ଗଣତାନ୍ତ୍ରିକ ନୁହେଁ, ଏକଛତ୍ରବାଦ ଆଡକୁ ଗଲାଣି ସରକାର । କ୍ଷମତା ବିକେନ୍ଦ୍ରୀକରଣ ନୁହେଁ, କେନ୍ଦ୍ରୀଭୂତ ହୋଇଛି କ୍ଷମତା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ହିଁ ସବୁକିଛି ପରିଚାଳନା ହୁଏ । ବିଭାଗୀୟ ସଚିବଙ୍କ ନିଷ୍ପତ୍ତି ନେବା କ୍ଷମତା ପ୍ରାୟ ନଥାଏ । ସାଧାରଣ ଲୋକଙ୍କୁ ପ୍ରେୟାଗଶାଳାର ମୂଷା ଭାବି ସ୍କିମ କରନ୍ତି । କେଉଁ ଯୋଜନାରୁ କେତେ ଭୋଟ ମିଳିବ, ପରୀକ୍ଷାନିରୀକ୍ଷା କରନ୍ତି । ସ୍କିମରେ ବାଟବରଣା ହେଉଛି, ଲୋକଙ୍କ ପାଖରେ ପଇସାଟେ ପହଞ୍ଚୁନି । ଓଡିଶାର ଭୋଟ ସର୍ବସ୍ୱ ଶାସନ ଚାଲିଛି ।
ସେ ଆହୁରି କହିଥିଲେ ଯେ, ଚିଟଫଣ୍ଡ ସିବିଆଇ ତଦନ୍ତକୁ ରାଜ୍ୟ ସରକାର ବିରୋଧ କରିଥିଲେ । ସିବିଆଇ ତଦନ୍ତକୁ ବିରୋଧ କରି ସୁପ୍ରିମକୋର୍ଟରେ ଅପିଲ ମଧ୍ୟ କରିଥିଲେ । ମାତ୍ର ସିବିଆଇକୁ କାହିଁକି ତଦନ୍ତ ଦେବାକୁ ଚାହୁଁନଥିଲେ ଆପଣ ମଧ୍ୟ ବୁଝିପାରୁଥିବେ । ଚିଟଫଣ୍ଡ ମାମଲାରେ ମନି ଲଣ୍ଡରିଂ ଆକ୍ଟ ଲଗାଇବାକୁ କହିଥିଲେ । ମନି ଲଣ୍ଡରିଂ ଆକ୍ଟ ଲାଗିଥିଲେ, ଇଡି ତାହାର ତଦନ୍ତ କରିଥାନ୍ତା । ମାତ୍ର ମୋର ଏ ସୁପାରିଶ ନେଇ ସେମାନେ ବହୁତ କ୍ଷୁବ୍ଧ ଥିଲେ । ତା ପରେ ପରେ ମୁଁ ପୁଲିସ ଡିଜି ପଦରୁ ବିଦାୟ ନେଇଥିଲି । ଡିଜି ଥିଲା ବେଳେ ପୁଲିସକୁ ନିରପେକ୍ଷ କାମ କରିବାକୁ କହିଥିଲେ । ବିଜେଡିର କିଛି ଟଙ୍କା ଧରାପଡିଥିଲା, ସେଥିରେ ମଧ୍ୟ ସେମାନେ କ୍ଷୁବ୍ଧ ଥିଲେ । ଆମ୍ବୁଲାନ୍ସରୁ ଟଙ୍କା ଧରିବା ମୁଁ ଭୁବୁଛି ମନୋମାଳିନ୍ୟର ଏକ କାରଣ ବୋଲି ସେ ଆଜି ଖୋଲାଖୋଲି ଭାବେ କହିଛନ୍ତି ।

https://www.onakhabar.com/2019/03/odish-has-no-future-said-prakash-mishra/

Leave A Reply

Your email address will not be published.