OnaKhabar

‘ମେଣ୍ଟାଲ୍‌ ହେ କ୍ୟା’ଫିଲ୍ମରେ କମାଲ କରିବେ କଙ୍ଗନା ଓ ରାଜକୁମାର ରାଓ

0 5

ମୁମ୍ବାଇ:ବଲିଉଡରେ ଗୋଟେ ପରେ ଗୋଟେ ଧମକାଦାର ମୁଭି ଦେଉଥିବା କୁଇନ କଙ୍ଗନା ରାଣାୱତ ‘ମଣିକର୍ଣ୍ଣିକା’ର ସଫଳତା ପରେ ଆଉ ଏକ ଫିଲ୍ମ ରିଲିଜ୍‌ ହେବାକୁ ଯାଉଥିବାର ସୂଚନା ମିଳିଛି | ଶୁଣିବାକୁ ମିଳୁଛି ଫିଲ୍ମ ‘ମେଣ୍ଟାଲ୍‌ ହେ କ୍ୟା’ରେ କଙ୍ଗନା ଧମକା କରିବାକୁ ଯାଉଛନ୍ତି | ଏଥିରେ କଙ୍ଗନାଙ୍କ ସହ ଜଣାଶୁଣା ଅଭିନେତା ରାଜ କୁମାର ରାଓ ମୁଖ୍ୟ ଭୂମିକାରେ ଅଛନ୍ତି । ଏହି ଫିଲ୍ମ ସଂପର୍କରେ ନିଜର ଫ୍ୟାନ୍‌ମାନଙ୍କୁ ଜଣାଇବା ଉଦ୍ଦେଶ୍ୟରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ଏକ ନୂଆ ମୋସନ୍‌ ପୋଷ୍ଟର ଜାରି କରାଯାଉଛି । ଏଥିରେ ନାୟକ ରାଜ କୁମାର ରାଓ ଏବଂ ନାୟିକା କଙ୍ଗନା ରାନାଓ୍ଵତଙ୍କୁ ଭୟାନକ ଶୈଳୀରେ ଦେଖିବାକୁ ମିଳିଛି ।
ଏହି ସିନେମାର ପୋଷ୍ଟରରେ ରାଜ କୁମାର ରାଓ ଏବଂ କଙ୍ଗନା ରାନାଓ୍ଵତ୍‌ କେତେବେଳେ ନିଆଁରେ ଖେଳୁଥିବାର ତ ପୁଣି କେତେବେଳେ ବ୍ଲେଡ୍‌କୁ ନିଜ ଜିଭରେ ରଖିଥିବା ମିଳିଛି । ବାଲାଜୀ ମୋସନ ପିକଚର୍ସ ବ୍ୟାନରରେ ନିର୍ମିତ ‘ମେଣ୍ଟାଲ୍‌ ହେ କ୍ୟା’ର ନିର୍ଦ୍ଦେଶକ ପ୍ରକାଶ କୋବେଲାଯୁଦୀ ଥିବା ବେଳେ ଏହା ଆଗାମୀ ଜୁନ୍‌ ୨୧ ତାରିଖରେ ରିଲିଜ୍‌ ହେବ ବୋଲି ଜଣାପଡିଛି ।

https://www.onakhabar.com/2019/03/pahlaj-nihalani-says-kangana-ranaut-is-lying-about-changing-her-phone-number-doesn-t-deserve-her-success/

Leave A Reply

Your email address will not be published.