OnaKhabar

ରାଜଧାନୀରେ ପୁଣି ରାଜନୈତିକ ହିଂସା, ବିଜେପି କର୍ମୀଙ୍କୁ ମାଡ଼, ଥାନାରେ ବିଜେଡି ବିରୋଧରେ ଅଭିଯୋଗ

0 19

ଭୁବନେଶ୍ୱର: ଦିନକୁ ଦିନ ନିର୍ବାଚନରେ ଦେଖିବାକୁ ମିଳୁଛି ରାଜନୈତିକ ହିଂସା । ଅଳ୍ପ କିଛିଦିନ ହେବ ଖୋର୍ଦ୍ଧାରେ ଘଟିଥିବା ମଙ୍ଗୁଳି ଜେନାଙ୍କ ହତ୍ୟା ଘଟଣା ମନରୁ ଲିଭିନି । ଆଜି ପୁଣି ରାଜଧାନୀରେ ଦେଖାଦେଇଛି ରାଜନୈତିକ ହିଂସା । ବିଜେପିର ଭୁବନେଶ୍ୱରର-ଉତର ବିଧାୟୀକା ପାର୍ଥୀ ଅପରାଜିତା ମହାନ୍ତିଙ୍କ ପାଇଁ ପ୍ରଚାର କରିବାକୁ ଯାଇଥିବା ଦଳୀୟ ନେତା ଓ କର୍ମୀଙ୍କୁ ନିଳାଦ୍ରୀ ବିହାର ସ୍ଥିତ ମଙ୍ଗଳା ବସ୍ତିରେ ଆକ୍ରମଣ କରାଯାଇଛି । ସେମାନେ ପ୍ରଚାର କରୁଥିବା ସମୟରେ, ବିଜେଡି କର୍ମୀମାନେ ଆକ୍ରମଣ କରିଛନ୍ତି ବୋଲି ବିଜେପି କର୍ମୀମାନେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ।
ଏଥିରେ ସେମାନେ ଦର୍ଶାଇଛନ୍ତି ଯେ, ଆକ୍ରମଣକାରୀମାନେ ବସ୍ତି ଭିତରକୁ ତାଙ୍କର ପ୍ରଚାର ଗାଡ଼ିକୁ ଭିତରକୁ ପୁରାଇ ଦେଇନଥିଲେ । ମାରପିଟ ମଧ୍ୟ ଆରମ୍ଭ କରିଦେଇଥିଲେ । ଯାହା ଫଳରେ ଭୁବନେଶ୍ୱର ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ସାବତ ଓ ଚନ୍ଦ୍ରଶେଖରପୁର ମଣ୍ଡଳ ସଭାନେତ୍ରୀ ମାନସ ମଞ୍ଜରୀ ରାୟପାଢ଼ୀଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ଅନ୍ୟ ୯ଜଣ ଆହତ ହୋଇଛନ୍ତି । ଯେଉଁମାନେ ଅକ୍ରମଣ କରିଛନ୍ତି ସେ ବିଜେଡି ତୁଙ୍ଗ ନେତାଙ୍କ ସହିତ ବୁଲାବୁଲି କରି ଥାଆନ୍ତି ବୋଲି ବିଜେପି କର୍ମୀମାନେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରୁ ଆକ୍ରମାଣ କରିଥିବା ସେଠାରୁ ଫେରାର ହୋଇଯାଇଥିଲେ ।
କିଛିଦିନ ତଳେ ଭୁବନେଶ୍ୱର-ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ରାଲିବେଳେ ୟୁନିଟ୍-୮ ନିକଟରେ ଟେକାମାଡ଼ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହା ବିଜେଡି କର୍ମୀଙ୍କ କାର୍ଯ୍ୟ ବୋଲି ଜଗନ୍ନାଥ ଅଭିଯୋଗ କରିଥିଲେ । ଏହି ରାଲିରେ ଭୁବନେଶ୍ୱର ଲୋକସଭା ପାର୍ଥୀ ଅପରାଜିତା ଷଢ଼ଙ୍ଗୀ ମଧ୍ୟ ସାମିଲ ଥିଲେ ।

Leave A Reply

Your email address will not be published.