OnaKhabar

ଆଙ୍ଗୁଳି ଫୁଟାଉଛନ୍ତି କି, ଆସନ୍ତୁ ଜାଣିବା କି ପ୍ରକାର କ୍ଷତି ହୋଇଥାଏ…

77

କାମ ମଝିରେ କି ଅଫିସ କାର୍ଯ୍ୟାଳୟରେ ଥିବାବେଳ ସମସ୍ତଙ୍କର ପ୍ରାୟ ଅଙ୍ଗୁଳି ଫୁଟାଇବାର ଅଭ୍ୟାସ ଥାଏ । କେତେବେଳେ ମନ ଖରାପ ଥିବାବେଳ ତ ଆଉ କେତେବେଳ ଅସ୍ଥିର ମନ ଥିବାବେଳେ । ଅଜଣାତରେ କିଛି ଲୋକ ଅଙ୍ଗୁଳି ଫୁଟାଇବାରେ ଲାଗିଯାଇଥାଆନ୍ତି ।ଏମିତି କରିବା ଦ୍ୱାରା ଯଦି ଆପଣ ଅଭ୍ୟାସରେ ପଡ଼ିଗଲେ କେତେ ଅସୁବିଧା ହୋଇଥାଏ, ଆପଣ ଜାଣି ନଥିବେ । ଆସନ୍ତୁ ଜାଣିବା କ’ଣ ସବୁ ରହିଛି ଅଙ୍ଗୁଳି ଫୁଟାଇବାର ଅସୁବିଧା-
ଦୁଇଟି ହାଡ଼ ଯୋଡ଼ି ହୋଇ ରହିବା ପାଇଁ ଦୁଇ ହାଡ଼ ମଝିରେ ଏକ ପ୍ରକାର ତରଳ ପଦାର୍ଥ ଭର୍ତ୍ତି ହୋଇଥାଏ । ଡାକ୍ତରୀ ଭାଷାରେ ଏହାକୁ ସାଇନଭାଏଲ ଫ୍ଲୁଇଡ କୁହାଯାଏ । ଏହି ଫ୍ଲୁଇଡ ହାଡକୁ ଚଳପ୍ରଚଳ ହେବାର ସହାୟକ ହୋଇଥାଏ । ବିଜ୍ଞାନ ଭାଷାରେ କହିବାକୁ ଗଲେ ଦୁଇଟି ହାଡ଼ ମଧ୍ୟରେ ଫ୍ରିକ୍ସନ୍ ବା ଘର୍ଷଣ ହୋଇନଥାଏ । ବାରମ୍ବାର ଅଙ୍ଗୁଳି ଫୁଟାଇବା ଦ୍ୱାରା ତରଳପଦାର୍ଥ ଅଧିକ ପରିମାଣରେ ବ୍ୟବହାର ହୋଇ ଶୁଖି ଯାଇଥାଏ । ଏହି ତରଳ ପଦାର୍ଥ ଶୁଖିଯିବା ପରେ ଦୁଇଟି ହାଡ଼ ପରସ୍ପର ମଧ୍ୟରେ ଘଷି ହୋଇଥାଆନ୍ତି ବା ଫ୍ରିକ୍ସନ ଅଧିକ ପରିମାଣର ହୋଇଥାଏ । ହାଡ଼ ସବୁ ଗୋଟିଏ ଆଉ ଗୋଟିଏ ଦ୍ୱାରା ଘଷି ହେବା ଫଳରେ ହାଡ଼ ଭିତରେ ଅଙ୍ଗାରକାମ୍ଳ (କାର୍ବନ ଡାଇଅକ୍ସସାଇଡ) ଭର୍ତ୍ତି ହୋଇ ଯନ୍ତ୍ରଣା ଆରାମ୍ଭ ହୋଇଯାଇଥାଏ । ତେବେ ଅଙ୍ଗୁଳି ଫୁଟାଇବା ଦ୍ୱାରା ସାମୟିକ ଭାବେ ଆରମ ମିଳିଥାଏ ସତ କିନ୍ତୁ ଧିରେ ଧିରେ ଏହା ବିପଦ ଆଡ଼କୁ ନେଇଯାଇଥାଏ । ସେଥିପାଇଁ ଏହାଠୁ ଯେତେ ଦୂରେଇ ରହିବ ଭଲ ।