OnaKhabar

ଦ୍ୱିତୀୟ ପ୍ରଚର ନିର୍ବାଚନ ପାଇଁ ଜମିଲାଣି ପ୍ରଚାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ସମେତ ବିଭିନ୍ନ ସ୍ଥାନରେ କରିବେ ରୋଡ ସୋ

0 13

ଭୁନେଶ୍ୱର: ଗୁରୁବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଠାରୁ ପ୍ରଚାର ଜମୁଥିବାର ଦେଖିବାକୁ ମିଳଉଛି । ଆସନ୍ତା ୧୮ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ୫ଟି ଲୋକସଭା ୩୫ଟି ବିଧାନସଭା ଆସନ ପାଇଁ ହେବ ଭୋଟ୍ ଗ୍ରହଣ କରାଯିବ । ଏହି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବରଗଡ, ବଲାଙ୍ଗୀର, ସୁନ୍ଦରଗଡ, ଆସ୍କା, ଓ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ହେବ ।
ତେବେ ଏହି କ୍ରମରେ ଆଜି ଆସ୍କା ନିର୍ବାଚନ ମଣ୍ଡଳୀରେ ମାରାଥନ ନିର୍ବାଚନୀ ପ୍ରଚାର କରିବେ ବିଜେଡି ସୁପ୍ରମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାନଖେମୁଣ୍ଡି, ସେରଗଡ, ହିଞ୍ଜିଳିରେ ରୋଡ ସୋ କରିବେ ବୋଲି ସୂଚନା ମିଳିଛି ।
ସେପଟେ ସୁନ୍ଦରଗଡରେ ବି ଜମିଲାଣି ନିର୍ବାଚନୀ ପ୍ରଚାର । ୨୦୧୪ ନିର୍ବାଚନରେ ରାଜ୍ୟର ୨୧ଟି ଆସନ ମଧ୍ୟରୁ ୨୦ଟି ବିଜେଡି ଦଖଲ କରିଥିବାବେଳେ କେବଳ ସୁନ୍ଦରଗଡ ଆସନ ବିଜେପି ଖାତାକୁ ଯାଇଥିଲା । କିନ୍ତୁ ଚଳିତ ନିର୍ବାଚନରେ ସୁନ୍ଦରଗଡ ଆସନରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ଆକଳନ କରାଯାଉଛି । ବିଜେଡିରୁ ସୁନୀତା ବିଶ୍ୱାଳ, ବିଜେପିରୁ ଜୁଏଲ ଓରାମ ଓ କଂଗ୍ରେସରୁ ଜର୍ଜ ତିର୍କୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ନେତାମାନେ ନିଜ ନିଜ ସମର୍ଥକଙ୍କୁ ଧରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରଚାରକୁ ଜୋରଦାର କରୁଥିବାର ଦେଖିବାକୁ ମିଳିଛି |

https://www.onakhabar.com/naveen-election-programma-at-rourkela/

Leave A Reply

Your email address will not be published.