OnaKhabar

ଆଧ୍ୟାତ୍ମିକ ଗୁରୁ ରଜନୀଶଙ୍କ ବାୟୋପିକରେ ଅଭିନେତ୍ରୀ ହେବେ ଆଲିଆ

0 11

ମୁମ୍ବାଇ: ନିଜ ପର୍ସନାଲ ଓ ପ୍ରଫେସନାଲ ଲାଇଫକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି | ତେବେ ସେ ବର୍ତ୍ତମାନ ସିନେମା ‘କଲଙ୍କ୍‌’ର ପ୍ରମୋସନକୁ ନେଇ ବ୍ୟସ୍ତ ରହୁଛନ୍ତି । ଏଣେ ଏବେ ଆଉ ଏକ ଖବର ମିଳିଛି ଯେ ଆଲିଆ ଭଟ୍ଟ ପ୍ରଖ୍ୟାତ ଆଧ୍ୟାତ୍ମିକ ଗୁରୁ ରଜନୀଶଙ୍କ ବାୟୋପିକରେ କାମ କରୁଛନ୍ତି । ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି ଶକୁନ୍‌ ବାତ୍ରା । ଏହା ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ପ୍ରିୟଙ୍କା ଚୋପ୍ରା ଘୋଷଣା କରଥିଲେ ସେ ମାଆ ଆନନ୍ଦ ଶୀଲାଙ୍କ ରଚିତ ପୁସ୍ତକ ଉପରେ ରଜନୀଶଙ୍କ ଜୀବନୀକୁ ନେଇ ଏକେ ଫିଲ୍ମ ନିର୍ମାଣ କରିବେ । ଏହି ସିନେମାର ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଥାନ୍ତେ ବେରୀ ଲେଭିନସନ୍‌ । କିିନ୍ତୁ ସେହି ଫିଲ୍ମ ଫ୍ଲୋରକୁ ଯାଇ ନଥିଲା । ଏବେ ନିର୍ଦ୍ଦେଶକ ଶକୁନ ବାତ୍ରା ଓସୋଙ୍କ ବାୟୋପିକ ସଂପର୍କରେ ଆଲିଆ ଭଟ୍ଟଙ୍କ କଥା ହୋଇଛନ୍ତି । ଆଲିଆ ଫିଲ୍ମର ସ୍କ୍ରିପ୍ଟ୍‌ ଶୁଣିବାପରେ ବେଶ୍‌ ଉତ୍ସାହିତ ଅଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଆଲିଆଙ୍କ ଆଗାମୀ ଫିଲ୍ମ ମଧ୍ୟରେ ରହିଛି ବ୍ରହ୍ମାସ୍ତ୍ର,ସଡକ୍‌-୨,ଇନ୍‌ସା ଆଲ୍ଲା ଓ ଆର୍‌ ଆର୍‌ ଆର୍‌ ଆଦି ।

https://www.onakhabar.com/these-stars-are-not-giving-their-votes/

 

Leave A Reply

Your email address will not be published.