OnaKhabar

ଓଲଟି ପଡ଼ିଲା ବିଜେପି ନିର୍ବାଚନ ଗାଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସହ ୫ ଗୁରୁତର

0 31

ସୋନପୁର: ନିର୍ବାଚନ ପ୍ରଚାର ଏତେ ମାତ୍ରାରେ ଘାରିଛି ଯେ, ଦୁର୍ଘଟଣା ଉପରେ ଦୁର୍ଘଟଣା ଘଟି ଚାଲିଛି । ଆଜି ବିଜେପିର ପ୍ରଚାର ଗାଡି ଓଲଟି ପଡ଼ିବାରୁ ସୋନପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉଷା କୁମାରୀ ଜଗଦେଲାଙ୍କ ସମେତ ୫ଜଣ ଆହାତ ହୋଇଥିବାର ସୂଚନା ମିଳିଛି । ସୋନପୁର – ବୀରମହାରାଜପୁର ରାସ୍ତାରେ ଏଡି ଦୁର୍ଘଟଣା ଘଟିଥିବାର ଦେଖିବାକୁ ମିଳିଛି । ଆହତମାନଙ୍କୁ ବୀରମାହାରଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉଷା କୁମାରୀ କିଛି ସହଯୋଗୀଙ୍କ ସହ ନିର୍ବାଚନ ପ୍ରଚାର ପାଇଁ ଯାଉଥିବାବେଳ ପଣ୍ଡିଆପଲି ନିକଟରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଫଳରେ ଏପରି ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି ।

https://www.onakhabar.com/8-dead-in-accident-on-agra-lucknow-expressway/

Leave A Reply

Your email address will not be published.