OnaKhabar

ବାସନରୁ ଦାଗ ଛାଡିବାକୁ ନେଇ ଚିନ୍ତିତ କି ଆପଣାନ୍ତୁ ଏହି ଘରୋଇ ଉପାୟ…

67

ଭୁବନେଶ୍ୱର: ସାଧାରଣତଃ ଖାଦ୍ୟ ତିଆରି କରିବାବେଳେ ଅଧିକାଂଶ ସମୟରେ ରେଷେଇ ହୋଇଥିବା କଡ଼େଇ, ବାସନ ପୋଡ଼ି ହୋଇଯାଇଥାଏ । ଫଳରେ ବାସନରୁ ପୋଡ଼ା ଦାଗ ସହଯରେ ମଧ୍ୟ ଛାଡ଼ି ନଥାଏ । ଏହା ସଫା କରିବା ପାଇଁ ମହିଳାମାନେ ନାଗେକଦମ୍ ମଧ୍ୟ ହୋଇଯାଇଥାଆନ୍ତି । ତେବେ ଆଜି ଆପଣଙ୍କୁ କିଛି ଘରୋଇ ଉପାୟ ମାଧ୍ୟମରେ ଜଣାଇବୁ କିପରି ଛଡାଇବେ ଦାଗ ।
୧)ବେକିଙ୍ଗସୋଢ଼ା- ପୋଡ଼ି ଯାଇଥିବା ବାସନରେ ଏକ ଚାମଚ ବେକିଙ୍ଗସୋଢ଼ା ପକାଇ ସେଥିରେ ଦୁଇ ଚାମୁଚ ଲେମ୍ବୁ ରସ ଓ ଏକ କପ୍ ଗରମ ପାଣି ଢ଼ାଳନ୍ତୁ । ଏହାପରେ ବାସନକୁ ଭଲ ଭାବରେ ସଫା କରି ଦିଅନ୍ତୁ । ଦେଖିବେ ପୋଡ଼ାଦାଗ ସହଯରେ ଛାଡ଼ିଯିବ ଓ ବାସନର ଚମକ ଦେଖାଯିବ ।
୨)ଲେମ୍ବୁରସ- ଏକ କଞ୍ଜାଲେମ୍ବୁକୁ ନେଇ ପୋଡ଼ି ହୋଇଯାଇଥିବା ବାସନକୁ ଭଲଭାବରେ ଘସନ୍ତୁ ଦେଖିବେ ପୋଡ଼ାଦାଗ ଅତି ସହଯରେ ଚାଲିଯିବ ।
୩)ଲୁଣ- ବାସନରୁ ପୋଡ଼ା ଦାଗକୁ ଛଡ଼ାଇବାର ଆଉ ଏକ ଉପାୟ ହେଲା ଲୁଣ, ପୋଡ଼ି ହୋଇଯାଇଥିବା ବାସନକୁ ଗରମ ପାଣିରେ ୪ରୁ ୫ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ । ତା’ପରେ ବାସନ ମଜାକୁ ନେଇ ଭଲଭାବେ ଘଷନ୍ତୁ ଏବଂ ଥଣ୍ଡା ପାଣିରେ ଭଲଭାବେ ଧୁଅନ୍ତୁ ଦେଖିବେ ବାସନ ପୂର୍ବଭଳି ଚମିକି ଉଠିବ ।