OnaKhabar

ଇୟରଫୋନର ବ୍ୟବହାର କେତେ କ୍ଷତିକାରକ ହୋଇପାରେ ଦେଖନ୍ତୁ ଏହି ଖବରରୁ…

0 31

ଭୁବନେଶ୍ୱର: ସମୟ ବଦଳିବା ସହିତ ଲୋକଙ୍କ ଚାଲିଚଳନରେ ମଧ୍ୟ ବହୁତ୍ ପରିବର୍ତ୍ତନ ଦେଖାଦେଉଛି । ତେବେ ଆଜିର ସମୟରେ ଲୋକଙ୍କ ଜୀବନରେ ମୋବାଇଲ ଫୋନର ବହୁତ ମହତ୍ତ୍ୱ ରହିଛି । ଛୋଟ ପିଲାଙ୍କଠୁ ଆରମ୍ଭ କରି ବୟସ୍କ ଲୋକ ସମସ୍ତଙ୍କ ହାତରେ ଆପଣ ଏହି ଗ୍ୟାଜେଟ୍‌ ଦେଖିବାକୁ ପାଇବେ । ମୋବାଇଲ୍‌ର ବ୍ୟବହାର କେବଳ କଥାବାର୍ତ୍ତାରେ ସୀମିତ ନାହିଁ । ଗେମ୍ ଖେଳିବା, ଭିଡିଓ ଦେଖିବା, ଗୀତ ଶୁଣିବା ଇତ୍ୟାଦି ବହୁ କାମ ଏଥିରେ କରାଯାଉଛି । ଏହା ଏକ ନୀତିଦିନିଆ ଅଭ୍ୟାସରେ ପରିଣତ ହୋଇଛି । ବିଶେଷ କରି ଯୁବପିଢ଼ି ଗୀତ ଶୁଣିବା ପାଇଁ ଇୟରଫୋନ୍ ବହୁଳ ପରିମାଣରେ ବ୍ୟବହାର କରୁଛନ୍ତି ।
ହେଲେ ଆପଣ ଜାଣନ୍ତି କି ଇୟରଫୋନ୍‌ର ଅଧିକ ବ୍ୟବହାର ଆପଣଙ୍କ ପାଇଁ କେତେ କ୍ଷତିକାରକ ହୋଇପାରେ?ଲଗାତାର ଭାବରେ ଇୟରଫୋନ୍‌ ବ୍ୟବହାର କଲେ କାନ ବିନ୍ଧିବା ଭଳି ସମସ୍ୟା ଦେଖାଯାଏ । ଯଦି ଉଚିତ୍ ସମୟରେ ଏହାର ଉପଚାର କରାନଯାଏ ତେବେ ଏହା ଗଭୀର ସମସ୍ୟା ସୃଷ୍ଠି କରିଥାଏ । କାନ କେବଳ ୬୫ ଡେସିବଲ୍ ପର୍ଯ୍ୟନ୍ତ ଶବ୍ଦ ସହିପାରେ । ଏହାଠୁ ଅଧିକ ଶବ୍ଦ ହେଲେ ତାହା କାନ ପାଇ କ୍ଷତିକାରକ ହୋଇଥାଏ। ଯଦି ଲଗାତାର ଭାବେ ୧୦ ଘଣ୍ଟା କାନରେ ଇୟରଫୋନ୍‌ ଲଗାଯାଏ, ତେବେ ବ୍ୟକ୍ତିଜଣକ କାଲା ହେବାର ଆଶଙ୍କା ସୃଷ୍ଟି ହୋଇଥାଏ । ଏହାବ୍ୟତୀତ ନିଦ ନ ହେବା, ଲଗାତାର ମୁଣ୍ଡ ବିନ୍ଧା ପରି ମଧ୍ୟ ସମସ୍ୟା ଦେଖାଯାଏ । ତେଣୁ ଏଥିରୁ ଦୂରେଇ ରହିବା ଉଚିତ୍ ।

https://www.onakhabar.com/health-tips-home-remedies-for-headache/

 

Leave A Reply

Your email address will not be published.