OnaKhabar

ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି: କାଶୀପୁର ବ୍ଲକ୍‌ର କିଛି ଭୋଟର ଭୋଟ୍‌ ନ ଦେଇ ଫେରିଗଲେ

0 15

ଭୁବନେଶ୍ୱର: ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଭଳି ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ ବିଧାନସଭା ଯଥା- ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲା,ଉମରକୋଟ, ଝରିଗାଁ, ନବରଙ୍ଗପୁର,ଡାବୁଗାଁ, କୋଟପାଡ଼, ମାଲାକାନଗିରି, ଚିତ୍ରକୋଣ୍ଡା, ଛତ୍ରପୁର, ଗୋପଳପୁର, ବହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା,ପାରଲାଖେମୁଣ୍ଡି, ଗୁଣପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟାଙ୍ଗୀ ଆସନରେ ମତଦାନ ହେଉଛି । ତେବେ କିଛି ବୁଥ୍‌ରେ ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ଯୋଗୁ ମତଦାନ ବିଳମ୍ବ ହୋଇଥିଲା। ଏପରିକି କିଛି ସ୍ଥାନରେ ଭୋଟ୍‌ରମାନେ ମତଦାନ ନ କରି ଫେରିଯାଇଥିବା ସୂଚନା ଆସିଛି।
ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ର ଗୋଡ଼ିବାଲି ୟୁପି ସ୍କୁଲ ମତଦାନ କେନ୍ଦ୍ରରେ ଇଭିଏମ୍‌ ଅଚଳ ହୋଇଯାଇଥିଲା। ଏହାକୁ ସଜାଡ଼ିବାରେ ବିଳମ୍ବ ହେବା ଯୋଗୁ ଭୋଟ୍‌ ନ ଦେଇ ଭୋଟର୍‌ମାନେ ଫେରି ଯାଇଥିବା ସୂଚନା ମିଳିଛି। କୋରାପୁଟ ଜିଲ୍ଲା ଲମତାପୁଟର ବାଜିଗଡ଼ ଆଶ୍ରମ ସ୍କୁଲ୍‌ର ୬୫ ନମ୍ବର ବୁଥ୍‌ ଓ ଖର୍ସପଡ଼ା ୟୁପି ସ୍କୁଲର ୭୧ ନମ୍ବର ବୁଥ୍‌ରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି।

Leave A Reply

Your email address will not be published.