OnaKhabar

ପିଲାଙ୍କୁ ବ୍ରେଡ୍ ଜାମ୍ ଖାଇବାକୁ ଦେଉଛନ୍ତି କି? ରୁହନ୍ତୁ ସାବଧାନ

0 0

ଭୁବନେଶ୍ୱର: ସକାଳୁ ସକାଳୁ ଟିଫିନ୍ରେ ଜଦି ଜଳଖିଆ ଜାମ୍ ବ୍ରେଡ, ବିସ୍କୁଟ୍ ଜାମ୍ , ରୁଟି ଜାମ୍ ତାହେଲେ ଆଜିର ଶିଶୁ ନାହିଁ ନଥିବା ଖୁସି ଦେଖିବାକୁ ମିଳିଥାଏ । ଅନେକ ସମୟରେ ମା’ମାନେ ମଧ୍ୟ ମଧ୍ୟାହ୍ନ ଭୋଜନ ପାଇଁ ଟିଫିନରେ ଏହି ଖାଦ୍ୟ ଦେଇ ଥାଆନ୍ତି । ଏହି ସବୁ ଖାଦ୍ୟ ଖାଇବା ଦ୍ୱାରା ଶରୀର ପାଇଁ କେତେ ହାନିକାରକ ତାହା ବୋଧେ ଜାଣି ନଥିବେ । ଆଶନ୍ତୁ ଜାଣିବା ଶରୀର ପାଇଁ ଏହା କେତେ କ୍ଷତି କାରକ ।
୧)ଜାମ୍ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଫଳକୁ ସିଝାଯାଇଥାଏ ଏବଂ ସମାନ ପରିମାଣରେ ଚିନି ମିଶାଇ ଏହାକୁ ତିଆରି କରାଯାଇଥାଏ । । ଫଳ ଗୁଡ଼ିକୁ ସିଝାଇବା ଦ୍ୱାରା ଏଥିରେ ଥିବା ନିୟୁଟ୍ରିନ୍ସ ଓ ଭିଟାମିନ୍ ନଷ୍ଟ ହୋଇଯାଇଥାଏ । ଭିଟାମିନ ସି ମଧ୍ୟ ସପୁର୍ଣ୍ଣ ଭାବରେ ଫଳରେ ନଷ୍ଟ ହୋଇଯାଇଥାଏ ।
୨) ଯେଉଁ ପିଲା ପ୍ରତିଦିନ ଖାଦ୍ୟରେ ବ୍ରେଡ୍ଜାମ୍ ଖାଆନ୍ତି ଭବିଷ୍ୟତରେ ସେମାନଙ୍କୁ ମୋଟାପଣ ଓ ଦୃଦ୍ଘାତର ଶିକାର ହେବାକୁ ପଡ଼ିଥାଏ । କାରଣ ଜାମ୍ରେ ଅଧିକ ମାତ୍ରାରେ କ୍ୟାଲୋରି ରହିଥାଏ ।
୩) ଅନ୍ୟ କାରଣ ହେଉଛି ସଂକ୍ରମଣ କରି ରଖାଯାଉଥିବା ଖାଦ୍ୟ ପଦାର୍ଥରେ ଅଧିକ ମାତ୍ରାରେ କେମିକାଲସ୍ ଓ ଚିନି ଦିଆଯାଇଥାଏ । ଯାହା ଆପଣଙ୍କ ପିଲାର ସ୍ୱଦ ଗ୍ରନ୍ଥିକୁ ପ୍ରଭାବିତ କରିଥାଏ । ଏହି ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କ ପିଲାର ପେଟ ପୁରି ଯାଇଛି ବୋଲି ମତିଷ୍କକୁ ଭୁଲ ସଂଙ୍କେତ ଯାଇଥାଏ । ଭବିଷ୍ୟତରେ ଆପଣଙ୍କ ପିଲା ଉପରେ ଏହାର ଖରାପ ପ୍ରଭାବ ପକାଇଥାଏ ।

Leave A Reply

Your email address will not be published.