OnaKhabar

ନାବାଳିକାକୁ ଅସଦାଚରଣ ଅଭିଯୋଗ, ଥାନାରେ ଅଭିଯୁକ୍ତ

74

କଳାବାଡିଆ: ପୁଣି ରାଜ୍ୟକୁ ଲଜ୍ଜ୍ୟ | ଜଣେ ନାବାଳିକାକୁ ଅସଦାଚରଣ କରି ଜଣେ ଯୁବକ ଗରିଫ ହୋିଥିବାର ଜଣାପଡିଛି | ଏପରି ଅଭାବନାୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଂଚଳରେ | ନାବାଳିକା ଝିଅକୁ ଅସଦାଚରଣ ଅଭିଯୋଗରେ ବାଙ୍ଗିରିପୋଷି ପୁଲିସ ଜଣେ ଯୁବକକୁ ଗିରଫ କରିଛି । ସୂଚନାନୁଯାୟୀ, ଝିଅଟି ସଉଦା ଆଣିବା ପାଇଁ ଦୋକାନ ଆସିଥିଲା ବେଳେ ଯୁବକ ତାକୁ ଭୁଲାଇ ଅନ୍ୟ ଏକ ଦୋକାନ ନେବା ବାହାନାରେ ନାବାଳିକାକୁ ଅସଦାଚରଣ କରିଛି ବୋଲି ଝିଅଟି ବାଙ୍ଗିରିପୋଷି ଥାନାରେ ଅଭିଯୋଗ କରିଛି । ଅଭିଯୁକ୍ତ ଜଣଙ୍କ ହେଲା ଭୁଆଶୁଣୀ ଫଚାୟତ କଣ୍ଟାଶୋଲା ଗ୍ରାମର ୨୫ ବର୍ଷୀୟ ପ୍ରଶାନ୍ତ ମାହାନ୍ତ | ତେବେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏଭଳି ଅଭିଯୋଗକୁ ପ୍ରଶାନ୍ତ ଖଣ୍ଡନ କରିଛି । ମୋତେ ଫସାଇ ଦିଆ ଯାଇଛି ବୋଲି ପୁଲିସ ଆଗରେ ସେ ବାରମ୍ବାର କହୁଛି | ତେବେ ଏପରି ପରିସ୍ଥିତିରେ ସତ୍ୟତା ପଦାକୁ ଆସିବା ପରିବର୍ତ୍ତେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି |

https://www.onakhabar.com/2-accuse-arrested-for-video-viral/