OnaKhabar

ଖରାରେ ମୁଣ୍ଡ ବିନ୍ଧାହେଉଛି କି, ଆପଣାନ୍ତୁ ଏହି ଘରୋଇ ଉପାୟ….

90

ଭୁବନେଶ୍ୱର: ସାଧାରଣତଃ ଦେଖାଯାଏ ଆମର ଅନେକ ସମୟରେ ମୁଣ୍ଡ ବିନ୍ଧା ହୋଇଥାଏ | ତେବେ ଖାଦ୍ୟପେୟରେ ଅସନ୍ତୁଳନ, ଦିନ ସାରା ପରିଶ୍ରମ ତଥା ଆରାମ ଅଭାବରୁ ମୁଖ୍ୟତଃ ମୁଣ୍ଡ ବିନ୍ଧିଥାଏ । ଏହି ମୁଣ୍ଡବିନ୍ଧା ଅସହ୍ୟ ହୋଇପଡି ଖୁବ୍‌ ଯନ୍ତ୍ରଣାଦାୟକ ହୋଇଥାଏ । ଏଥିପାଇଁ ଘରର କୌଣସି ସଦସ୍ୟ ମାର୍କେଟ ଯାଇ ମେଡିସିନ ଆଣିବା ପର୍ଯ୍ୟନ୍ତ ଅପେକ୍ଷା କରିଥାଉ । ନଚେତ ଘରୋଇ ଉପାୟରେ ମୁଣ୍ଡ ବିନ୍ଧାକୁ ରୋକିବାକୁ ଚେଷ୍ଟା କରିଥାଉ । ତେବେ ଆଜି ଆପଣଙ୍କୁ କିଛି ସହଜ ଉପାୟରେ ମୁଣ୍ଡ ବିନ୍ଧା କିପରି କମେଇ ପାରିବେ ସେ ବିଷୟରେ କହିବୁ ।
1. ଲୁଣ ଏବଂ ଲବଙ୍ଗର ମିଶ୍ରଣ- ଅସହ୍ୟ ମୁଣ୍ଡ ବିନ୍ଧାରୁ ଲୁଣ ଆପଣଙ୍କୁ ବହୁତ ଆରାମ ଦେବ । ପ୍ରଥମେ ଲୁଣ ଏବଂ ଲବଙ୍ଗ ପାଉଡର୍‌ର ଏକ ମିଶ୍ରଣ ପ୍ରସ୍ତୁତ କରିନିଅନ୍ତୁ । ଏହାକୁ କ୍ଷୀରରେ ଗୋଳାଇ ପିଅନ୍ତୁ । ଏହିପରି କଲେ ଆପଣ ମୁଣ୍ଡ ବିନ୍ଧାରୁ ଶୀଘ୍ର ଆରାମ ପାଇବେ ।
2. ସୁଣ୍ଠିର ପେଷ୍ଟ- ସୁଣ୍ଠିକୁ ମୁଣ୍ଡ ବିନ୍ଧାରୁ ମୁକ୍ତି ପାଇବା ପାଇଁ ବ୍ୟବହାର କରିପାରିବେ । ତେବେ ଆପଣ ସୁଣ୍ଠିର ପେଷ୍ଟ କରି ମୁଣ୍ଡରେ ଲଗାନ୍ତୁ । ଏହା ଆପଣଙ୍କୁ ମୁଣ୍ଡ ବିନ୍ଧାରୁ ତୁରନ୍ତ ଆରାମ ଦେବ ।
3. ଲେମ୍ବୁ ଏବଂ ଗରମପାଣି- ଯଦି ଆପଣ ବାହାରୁ ଆସି ହାଲିଆ ହୋଇଯାଇଛନ୍ତି ଆଉ ମୁଣ୍ଡ ବିନ୍ଧାର ଉପଚାର କରିବା ପାଇଁ ଅନ୍ୟ କୌଣସି ପ୍ରକାର ଇଚ୍ଛା ହେଉ ନାହିଁ । ତାହାଲେ ଆପଣ ସହଜ ଏବଂ କମ୍‌ ସମୟରେ ହେଉଥିବା ଏକ ଉପଚାର କରିପାରିବେ । ଆପଣ ଗୋଟେ ଗ୍ଲାସ୍‌ ଉଷୁମ ପାଣି ନେଇ ସେଥିରେ ଲେମ୍ବୁ ରସ ମିଶାଇ ପିଅନ୍ତୁ । ଅନେକ ସମୟରେ ପେଟରେ ଗ୍ୟାସ୍‌ କାରଣରୁ ମୁଣ୍ଡ ବିନ୍ଧା ହୋଇପାରେ, ତେଣୁ ଆପଣ ଏହି ପାଣି ପିଇଲେ ମୁଣ୍ତ ବିନ୍ଧାରୁ ତୁରନ୍ତ ଆରାମ ପାଇ ପାରିବେ ।
4. ଲେମ୍ବୁ ଏବଂ ଚା’- ଆପଣ ସାଧାରଣତଃ ମୁଣ୍ଡ ବିନ୍ଧା ପାଇଁ ଚା’ ପିଇଥାନ୍ତି । ତେଣୁ ଆପଣ ଏଥର ନାଲି ଚା’ରେ ଲେମ୍ବୁ ଚିପୁଡ଼ି ପିଅନ୍ତୁ । ଏହା ଆପଣଙ୍କ ମୁଣ୍ଡ ବିନ୍ଧାରୁ ଆରାମ ଦେବ ।
5. ତୁଳସୀ ଏବଂ ଅଦା- ତୁଳସୀ ଏବଂ ଅଦାକୁ ବ୍ୟବହାର କରି ମଧ୍ୟ ମୁଣ୍ଡ ବିନ୍ଧାରୁ ଆରାମ ପାଇ ପାରିବେ । ଆପଣ ତୁଳସୀ ଏବଂ ଅଦାର ରସ ବାହାର କରି ମୁଣ୍ଡରେ ଲଗାନ୍ତୁ । ଏହା ତୁରନ୍ତ ଆପଣଙ୍କ ମୁଣ୍ଡ ବିନ୍ଧା ଦୂର କରିବ ।

https://www.onakhabar.com/these-6-types-of-incidents-signs-begin-to-start-bad-time/