OnaKhabar

୨୭ ଲକ୍ଷ ୪୯ ହଜାର ଟଙ୍କା ଫୋପାଡି ଫେରାର ହେଲା ଅଡି କାର

0 21

ରାଉରକେଲା: ଆସନ୍ତାକାଲି ଅର୍ଥାତ ଗୁରୁବାର ଦିନରୁ ନିର୍ବାଚନ ଆରମ୍ଭ ହୋଇଯାଉଛି | ତେବେ ଏପରି ପରିସ୍ଥିତରେ ଚାରିଆଡେ ପଇସା ବିଞ୍ଚାହଉଥିବାର ମଧ୍ୟ ଦେଖିବାକୁ ମିଳୁଛି | ତେବେ ସ୍ପେଶାଲ ସ୍କ୍ୱାର୍ଡର କଡା ଯାଞ୍ଚ ପରେ ମଧ୍ୟ ଲୋକେ କାହାକୁ ଖାତିର ନ କରି ବିପୁଳ ଟଙ୍କା ଗାଡିରେ ନେଉଥିବାର ଦେଖିବାକୁ ମିଳୁଛି | ତେବେ ଆଜି ବିଜେଡିର ଜଣେ କର୍ମୀଙ୍କ ଠାରୁ ଦୁଇ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ପୁଣି ସୁନ୍ଦରଗଡ଼ର ବିଶ୍ରା ମହିପାଣିରେ ୨୭ ଲକ୍ଷ ୪୯ ହଜାର ଟଙ୍କା ଜବତ କରାଯାଇଛି । ଏକ ନମ୍ବରବିହୀନ ଅଡ଼ି କାରରୁ ଯାଞ୍ଚ ବେଳେ ଏହି ଟଙ୍କା ଧରାପଡ଼ିଛି । ସ୍ପେଶାଲ ସ୍କ୍ୱାର୍ଡ଼ ଯାଞ୍ଚ ବେଳେ ଟଙ୍କା ଭର୍ତ୍ତି ବ୍ୟାଗ୍ ଫୋପାଡ଼ି ଛୁ ମାରିଥିଲା ଏହି ଅଡ଼ି ଗାଡି । ତେବେ ସ୍ପେଶାଲ ସ୍କ୍ୱାର୍ଡ ଏହି ଘଟଣାରେ ଫେରାର ଚାଳକଙ୍କ ସହ ଅନ୍ୟ ଜଣଙ୍କୁ ଧରିବାକୁ ପିଛା କରିଥିବାର ସୂଚନା ମିଳିଛି | ତେବେ ଏତେ ମାତ୍ରାରେ ଟଙ୍କା କେଉଁଠୁ ଆସିଲା ଏବଂ କିଏ ନେଇ କରି ଆସିଥିଲେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ |

https://www.onakhabar.com/heavy-rain-in-8-districts/

Leave A Reply

Your email address will not be published.