OnaKhabar

‘କବୀର ସିଂହ’ ମୁଭି ପାଇଁ ଚର୍ଚ୍ଚାରେ ସାହିଦ, ଧମାଲ ମଚାଉଛି ଟ୍ରେଲର, ଦେଖନ୍ତୁ ଏହି ଭିଡିଓରେ…

72

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ବଲିଉଡ ଚକୋଲେଟ ହିରୋ ସାହିଦ କପୁର | ସାହିଦ ବର୍ତ୍ତମାନ ଏକ ସାଉଥ ରିମେକ କରି ଖୁବ ଚର୍ଚ୍ଚାକୁ ଆସୁଛନ୍ତି | ଉକ୍ତ ରିମେକ ହେଉଛି ‘କବୀର ସିଂହ’। ‘ଅର୍ଜୁନ୍‌ ରେଡ୍ଡି’ ତେଲୁଗୁର ସୁପରହିଟ ସିନେମା ଉପରେ ବନାଉଥିବା ଏହି ସିନେମାରେ ଅଭିନେତା ସାହିଦ କପୁର କବୀର ସିଂହଙ୍କ ଭୂମିକାରେ ନଜର ଆସିବେ । ଆଜି ଏହି ସିନେମାର ଟିଜର ରିଲିଜ ହୋଇଛି । ଟିଜର ଦେଖି ଲାଗୁଛି କି ଏହା ଏକ ଧମାକାଦର ଆକସନ୍‌ ସିନେମା ହେବ । ସାହିଦ କପୁର ସିନେମାରେ ଜଣେ ଦିଲ୍ଲୀର ପୁଅ ଭୂମିକାରେ ଅଭିନୟ କରୁଛନ୍ତି ।

ସିନେମାରେ ସାହିଦ୍‌ ଜଣେ ମଦପ୍ରେମୀ ନଚେତ ପରିସ୍ଥିତିରେ ପଡ଼ି ମଦୁଆ ହୋଇଯାଇଥିବା ଦେଖିବାକୁ ମିଳୁଛି । ସାହିଦ ଏହି ସିନେମା ପାଇଁ ଖୁବ୍‌ ପରିଶ୍ରମ କରିଛନ୍ତି । ସାଉଥ୍‌ ହିରୋ ବିଜୟ ଦେବରକୋଣ୍ଡାଙ୍କ ଲୁକ୍‌ ସହିତ ନିଜକୁ ଖାପଖୁଆଇ ନେଇଛନ୍ତି । ଏହି ସାଉଥ୍‌ ସିନେମାରେ ବିଜୟ ଦେବରକୋଣ୍ଡା ଓ ସାଲିନି ପାଣ୍ଡେ ମୁଖ୍ୟ ଭୂମିକାରେ ନିଜର ଆସିଥିଲେ । ଯାହାକୁ ଏବେ ସାହଦ ପୁର ଓ କିୟାରା କରିବାକୁ ଯାଉଛନ୍ତି । ତେଲୁଗୁରେ ଏହି ସିନେମାକୁ ସନ୍ଦୀପ ବାଙ୍ଗା ରେଡ୍ଡି ନିର୍ଦ୍ଦେଶନା ଦେଇଥିଲେ । ଏବେ ସେ ହିଁ ଏହାର ହିନ୍ଦୀ ରିମେକ୍‌ କରିବାକୁ ଯାଉଛନ୍ତି । ସିନେମା ଟି ଜୁନ୍‌ ୨୧ରେ ରିଲିଜ ହେବ ବୋଲି ଜଣା ପଡିଛି ।

https://www.onakhabar.com/allia-is-the-one-who-match-up-me/