OnaKhabar

ଭୁବନେଶ୍ୱର ବିମାନବନ୍ଦରରେ ପାର୍କିଙ୍ଗ ଫି ପାଇଁ ନୂଆ ନିୟମ

0 24

ଭୁବନେଶ୍ୱର: ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନବନ୍ଦରରେ ପାର୍କିଙ୍ଗ ପାଇଁ ନୂଆ ନିୟମ ଜାରି ହୋଇଛି । ଆଜି ଏହି ପାର୍କିଙ୍ଗ ନିୟମ ଲାଗୁ ହୋଇଛି । ବିମାନବନ୍ଦରକୁ ଛାଡ଼ିବାକୁ ଯାଉଥିବା ଘରୋଇ ଗାଡ଼ିଲାଗି କୌଣସି ଫି ଲାଗିବ ନାହିଁ । ସେହିପରି ଯାତ୍ରୀଙ୍କୁ ଛାଡ଼ିବାକୁ ଯାଉଥିବା ବ୍ୟବସାୟୀଙ୍କ ଲାଗି କୌଣସି ଫି ଦେବାକୁ ପଡ଼ିବ ନାହିଁ । କଣ୍ଟ୍ରାକ୍ଟ କ୍ୟାରେଜ ଲାଇସେନ୍ସ୍ ଥିବା ସମସ୍ତ ବ୍ୟବସାୟୀଙ୍କ ଯାନବାହନଠାରୁ ଫିସ୍ ଆଦାୟ କରିବାକୁ ନିୟମ ହୋଇଛି । ବିମାନବନ୍ଦର ପାର୍କିଙ୍ଗ ଅଞ୍ଚଳରେ ଗାଡ଼ି ରଖିବାକୁ ଦର ଜାରି ହୋଇଛି । ସମସ୍ତ ଦୁଇ ଚକିଆ ଗାଡ଼ି ୩ମିନିଟ୍ ରଖିଲେ ୧୦ଟଙ୍କା ହୋଇଥିବାବେଳ ୨ଘଣ୍ଟା ରଖିଲେ ୧୫ଟଙ୍କା ଦେବାକୁ ପଡ଼ିବ । ସେହିପରି ଦୁଇଘଣ୍ଟାରୁ ୭ ଘଣ୍ଟା ରଖିଲେ ୨୦ଟଙ୍କା ଏବଂ ୨୪ଘଣ୍ଟା ରଖିଲେ ପାର୍କିଙ୍ଗ ଦର ୪୫ଟଙ୍କା ଦେବାକିୁ ପଡ଼ିବ । କାର୍ ୩୦ମିନିଟ୍ ପାର୍କିଙ୍ଗ ପାଇଁ ୨୦ଟଙ୍କା, ୨ଘଣ୍ଟା ପର୍ଯ୍ୟନ୍ତ ୫୫ଟଙ୍କା ରହିଛି । ସେହିପରି ତିନିଚକିଆ (ଅଟୋ),ଏସ୍ୟୁଭି, ଓ ମିନିବସ୍ ୩୦ମିନିଟ୍ ପାର୍କିଙ୍ଗ ପାଇଁ ୨୦ଟଙ୍କା , ୨ଘଣ୍ଟା ପର୍ଯ୍ୟନ୍ତ ୬୦ଟଙ୍କା ଏବଂ ଦିନକୁ ୧୮୦ ଟଙ୍କା ଦେବାକୁ ପଡ଼ିବ । କୋଚ୍ ବସ୍ ଏବଂ ଟ୍ରକ୍ ୩୦ମିନିଟ୍ ପାର୍କିଙ୍ଗ ପାଇଁ ୩୦ଟଙ୍କା, ୨ଘଣ୍ଟା ପାଇଁ ୭୦ଟଙ୍କା ଏବଂ ୨୪ ଘଣ୍ଟା ପାଇଁ ୨୧୦ ଟଙ୍କା ରହିଛି । ସମସ୍ତ ସରକାରୀ ଏବଂ ବେସରକାରୀ ଅଧିକୃତ ଗାଡ଼ି ଗୁଡ଼ିକୁ ପାଇଁ ପାର୍କିଙ୍ଗ ଫି ମାଗଣା ରହିଛି ।

https://www.onakhabar.com/chances-for-rain-and-thunder-in-9-district/

Leave A Reply

Your email address will not be published.