OnaKhabar

୧୯ ବର୍ଷ ଧରି କରିଥିବା ଭ୍ରଷ୍ଟାଚାର ଓ ଅପାରଗତା ଧରାପଡିବା ପରେମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନ ହାରିବା ଭୟ ଘାରିଲାଣି : ଧର୍ମେନ୍ଦ୍ର ପ୍ରଧାନ

52

ଭୁବନେଶ୍ୱର : ଓଡିଶାରେ ମୋଦି ଲହର ଆରମ୍ଭ ହୋଇଗଲାଣି । ଓଡିଶାର ଲୋକମାନେ ଦେଶରେ ନିର୍ଣ୍ଣାୟକ ସରକାର ପାଇଁ ଓ ଓଡିଶାରେ ନିର୍ଣ୍ଣୟ ନେଉଥିବା ସରକାର ପାଇଁ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନର ଅନୁରୋଧକୁ ଏଥର ଗ୍ରହଣ କରିବେ । ଏଥର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେପିକୁ ଅଭୁତପୂର୍ବ ସଫଳତା ମିଳିବ । ବିଜେପି ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ଷମତାରୁ ବେଦଖଲ କରିବା ସହ ମୁଖ୍ୟମନ୍ତ୍ରୀଙ୍କର ଦୁର୍ନୀତିର ପର୍ଦ୍ଦାଫାଶ କରିବ । ବିଜେପି ସରକାରକୁ ଆସିଲେ ଚିଟଫଣ୍ଡର ମୁଖ୍ୟ ଅଭିଯୁକ୍ତ ଓ ଖଣି ଦୁର୍ନୀତିର ମୁଖ୍ୟ କାର୍ପେଟଦାରଙ୍କୁ ଜେଲ ପଠାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ସେହି ଭୟରେ ଏବେ ମୁଖ୍ୟମନ୍ତ୍ରୀ ତ୍ରସ୍ତ । ହାରିବା ସୁନିଶ୍ଚିନ୍ତ ଏକଥା ମୁଖ୍ୟମନ୍ତ୍ରୀ ଜାଣିସାରିଲେଣି । ସେଥିପାଇଁ ବିଜେପି ଆଡୁ ବିପଦ ଥିବା କଥା କହି ଆଗୁଆ ମୁଖ୍ୟମନ୍ତ୍ରି ପରାଜୟକୁ ସ୍ୱୀକାର କଲେଣି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ । ଚିଟଫଣ୍ଡରେ ସଂଶ୍ଲିଷ୍ଟ ଥିବା ସରୋଜ ସାହୁ କିଏ ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ସମ୍ପର୍କ କଣ ? ଭୁତ କମ୍ପାନୀକୁ ଖଣି ଆବଂଟନ କିଏ କରିଥିଲା ବେଳେ ଏହି ମାମଲାରେ ସିବିଆଇର ଜେରା ଚାଲିଛି । ତେଣୁ ଏ ମାମଲାରେ ତାଙ୍କୁ ଡର ମାଡିବା ସ୍ୱାଭାବିକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଚିଟଫଣ୍ଡରେ ଲୋକମାନଙ୍କୁ ଠକିଲେ ଆଉ ପଇସା ଫେରାଇବେ କହି ଫେରାଇଲେ ନାହିଁ ବିଜେପି ସଙ୍କଳ୍ପ ନେଇଛି ଯେ ସରକାରକୁ ଆସିଲେ ଚିଟଫଣ୍ଡ ପଇସା ଫେରାଇବ । ବେବିନା, କୁନ୍ଦୁଲି, ମାଧବିଲତାର ହତ୍ୟାକାରି ଆଉ ଦୁର୍ଷମକାରିମାନଙ୍କୁ ନବିନ ବାବୁ ଖସାଇ ଦେଲେ ହେଲେ ଆମେ ସରକାରକୁ ଆସିଲେ ଫାଶି ଦଣ୍ଡରେ ଦଣ୍ଡିତ କରିବୁ । କୁନ୍ଦୁଲି ଆଉ ବେବିନାର ଫାଇଲ ଆଉଥରେ ଖୋଲିବୁ । ବିଜୁ ଜନତା ଦଳର ସରକାର ୧୯ ବର୍ଷରେ ଶାସନରେ ଜଳସେଚନ କରିପାରିଲେ ନାହ କି ବିଲକୁ ପାଣି ଟୋପେ ଦେଇପାରିଲେ ନାହିଁ ହେଲେ ଓଡିଶାରେ ବିଜେପି ଶାସନକୁ ଆସିଲେ ଆଗାମୀ ୫ ବର୍ଷରେ ୧,୦୦,୦୦୦ କୋଟି ଟଙ୍କାର ଏକ ଉତ୍ସର୍ଗୀକୃତ ପାଣ୍ଠି ଜରିଆରେ ଆମେ ସବୁ କ୍ଷେତକୁ ପାଣି ଯୋଗାଇବୁ । ଏସବୁ କଥା ଶୁଣିଲା ପରେ ମୁଖ୍ୟମନ୍ତ୍ରିଙ୍କୁ ଡର ଲାଗିବା ସ୍ୱାଭାବିକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ସାଢେ ୪ କୋଟି ଓଡିଆଙ୍କ କଥା ବୁଝିବା ପାଇଁ ରାଜ୍ୟର ଶାସନ ନିର୍ବାଚିତ ପ୍ରତିନିଧିଙ୍କ ହାତରେ ରହିବା ଦରକାର । କିଛି ନିର୍ଦ୍ଦିଷ୍ଠ ବ୍ୟକ୍ତିମାନେ ଓଡିଆ ସମାଜର ଆକାକ୍ଷ୍ୟାଙ୍କୁ ପଥଭ୍ରଷ୍ଟ କରିବା ପାଇଁ, ୧୦ ହଜାର କୋଟି ଟଙ୍କା ବର୍ଷକୁ ଲୁଟ କରିବା ପାଇଁ ଗୋଟିଏ ଅସାଧୁ ମେଂଟ କରିଛନ୍ତି । ନିର୍ବାଚିତ ହୋଇନଥିବା ଜଣେ – ଦୁଇ ଜଣ ଅଧିକାରୀ ଓ ଖଣି ମାଫିଆ ମାନେ ଓଡିଶାକୁ ଲୁଟ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଏହାର ଉତର ଦେବା ଦରକାର । ସେ ଆଜି ଅବାଧ ନିର୍ଣ୍ଣୟ କରିବା ଅବସ୍ଥାରେ ନାହାନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଷଣରେ ଗତ ୫ ବର୍ଷରେ ବିଭିନ୍ନ ଲୋକ କଲ୍ୟାଣ ଯୋଜନା ମାନରେ ଓଡିଶା ପାଇଁ କଣ କରିଛନ୍ତି ତାର ହିସାବ ଏବଂ ଆଗାମୀ ସମୟରେ କଣ କରିବେ ତାହାର କଳ୍ପନା ମଧ୍ୟ ରଖିଛନ୍ତି । ମାତ୍ର ୧୯ ବର୍ଷର ମୁଖ୍ୟମନ୍ତ୍ରୀ କଣ କଲେ ତାହାର ହିସାବ ନଦେଇ ଆଜିବି ସେ କେବଳ ସ୍ୱପ୍ନ ଦେଖାଇ ଚାଲିଛନ୍ତି । ମହିଳା ମାନଙ୍କୁ ଏସଏସଜିରେ ବର୍ଷକୁ ୫୦୦ କୋଟି ଟଙ୍କା ବ୍ୟବସାୟ ଆଗାମୀ ୫ ବର୍ଷରେ କରାଇବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରଚାରରେ କହୁଛନ୍ତି । ହେଲେ ଏତେସମୟ ପର୍ଯ୍ୟନ୍ତ ସେ କଣ କରୁଥିଲେ ? ଗୁଜୁରାଟର ମହିଳା ମାନେ ଗୁଜୁରାଟର ଖାକରାକୁ ବିଶ୍ୱସ୍ତରରକୁ ପହଁଚାଇ ହଜାର ହଜାର କୋଟି ଟଙ୍କା ଲାଭବାନ ହୋଇଥିବା ବେଳେ ବ୍ରହ୍ମପୁରର ବଡି, ବାଲେଶ୍ୱର ଲଡୁ, ସମ୍ବଲପୁରର ଆରିସା , ନବରଙ୍ଗପୁର ଓ ଅନ୍ୟାନ୍ୟ ଜିଲ୍ଲାର ହସ୍ତଶିଳ୍ପକୁ ବିକି ୫୦୦୦ ହଜାର କୋଟି ଟଙ୍କା କାହିଁକି ଲାଭବା ହୋଇପାରିବେ ନାହିଁ ମୁଖ୍ୟମନ୍ତ୍ରୀଙ୍କୁ ଏହାର ଉତର ଦେବାକୁ ପଡିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ନବଜାତ ଶିଶୁ, ଗର୍ଭବତୀ ମାଙ୍କ ସ୍ୱାସ୍ଥ୍ୟ ଭାରତବର୍ଷରେ ସବୁଠୁ ଖରାପ ଅବସ୍ଥାରେ ଓଡିଶା ଅଛି । ମହିଳାଙ୍କ ଅପରାଧ ମାମଲାର କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଓଡିଶା ସବୁଠୁ ପଛରେ । ଯୌନ କେଳେଙ୍କାରୀର ମୁଖ୍ୟ ନାୟକ ଆଜି ବିଜେଡିର ପ୍ରାର୍ଥୀ ସାଜିଛନ୍ତି । ପିପିଲି ବେବିନା ଗଣଦୁଷ୍କର୍ମ ମାମଲାରେ ତିନି ମାସ ତଳେ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ହୋଇଥିବା ମୁଖ୍ୟ ପୃଷ୍ଠୋପୋଷକ ଆଜି ପ୍ରାର୍ଥୀ ସାଜିଛନ୍ତି । ସେହିପରି ମୟୂରଭଞ୍ଜ ଜିଲ୍ଲା ଉଦଳାର ଏକ ଝିଅ ନବୀନ ନିବାସରେ ଆତ୍ମହୁତି ଦେବାର ପ୍ରଚେଷ୍ଟା କଲା । ଏହା ମୁଖ୍ୟମନ୍ତ୍ରୀଙ୍କ ନାରୀ ସଶକ୍ତିକରଣର ଏକ ନମୂନା ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ନବୀନ ବାବୁଙ୍କ ନୀଳବର୍ଣ୍ଣ ଶୃଗାଳର ରଙ୍ଗ ଧୀରେ ଧୀରେ ଛାଡିଗଲାଣି । ଓଡିଶାର ମା ଭଉଣମାନେ ମୋଦିଙ୍କ ସାଙ୍ଗରେ ଯିବେ । ମୁଖ୍ୟମନ୍ତ୍ରୀଙ୍କ ପାଦତଳୁ ମାଟି ଖସିଗଲାଣି । ଆସନ୍ତା ନିର୍ବାଚନରେ ଓଡିଆ ଲୋକମାନେ ମୋଦିଙ୍କ ସାଙ୍ଗରେ ଆସିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।