OnaKhabar

ଫ୍ରିଜରୁ ଦୁର୍ଗନ୍ଧ ବାହାରୁଛି କି, ଆପଣାନ୍ତୁ କିଛି ଘରୋଇ ଉପାୟ..

0 30

ଭୁବନେଶ୍ୱର: ଫ୍ରିଜକୁ ପ୍ରାୟତଃ ସମସ୍ତଙ୍କ ଘରେ ବ୍ୟବହାର ହେୁଥିବାର ଦେଖିବାକୁ ମିଳୁଛି । ଫ୍ରିଜକୁ ସାଧାରଣତଃ ପନିପରିବା ନଷ୍ଟ ନ ହେବା ପାଇଁ ଏବଂ ଖାଦ୍ୟ ସତେଜ ରହିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ହେଲେ ଅନେକ ସମୟରେ ଦେଖିବାକୁ ମିଳେ ଫ୍ରିଜ୍ରୁ ଦୁର୍ଗୁନ୍ଧ ବାହାରିଥାଏ । ଏହା କେଉଁଠୁ ଓ କିପରି ଆସିଥାଏ ତାହା ଜଣା ମଧ୍ୟ ପଡ଼ି ନଥାଏ । ତେବେ ଏହି ଦୁର୍ଗନ୍ଧ ଖାଦ୍ୟ ପଦାର୍ଥ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ । ତେବେ ଚାଲନ୍ତୁ ଜାଣିବା ଫ୍ରିଜ୍ରେ କେତେବେଳେ ଖାଦ୍ୟ ପଦାର୍ଥ ବହୁଦିନ ଧରି ରଖିବା ଦ୍ୱାରା ଏହି ଦୁର୍ଗନ୍ଧ ବାହାରିଥାଏ ।
ଆଜି ଆପଣଙ୍କୁ କିଛି ଘରୋଇ ଉପଚାର ବିଷୟରେ ଜଣାଇବୁ, ଯାହା ଦ୍ୱାରା ଫ୍ରିଜ୍କୁ ସଫା ରଖାଯିବା ସହ ଏଥିରୁ ବାହାରୁଥିବା ଦୁର୍ଗନ୍ଧରୁ ମଧ୍ୟ ମୁକ୍ତି ମିଳିପାରିବ ।
୧) ଫ୍ରିଜ୍ରୁ ଦୁର୍ଗନ୍ଧ ନିମନ୍ତେ ଖାଇବା ସୋଢ଼ାର ବ୍ୟବହାର ଏକ ରାମବାଣ ସଦୃଷ । ଏକ ଛୋଟ ପାତ୍ରରେ ଖାଇବା ସୋଢ଼ା ନେଇ ଫ୍ରିଜ୍ରେ ରଖିଲେ ଖୁବ୍ ଶୀଘ୍ର ଦୁର୍ଗନ୍ଧ ଦୂର ହୋଇଯାଇଥାଏ । ଏହାକୁ ଫ୍ରଜ୍ରେ ସବୁ ଦିନ ପାଇଁ ମଧ୍ୟ ରଖିପାରିବେ ।
୨) ଫ୍ରିଜ୍ରେ କିଛି ପୁଦିନା ପତ୍ର ନ ହେଲେ କମଳା ଚୋପା ରଖିଲେ କିଛି ସମୟ ଏହା ଦୁର୍ଗନ୍ଧ ଦୂର କରି ସୁଗନ୍ଧରେ ପରିଣତ କରିଥାଏ ।
୩) ଆପଣ ଚାହିଁଲେ କିଛି କଫି ମଞ୍ଜି ଫ୍ରିଜ୍ ରଖିପାରିବେ , ଏହା ଦ୍ୱାରା ଫ୍ରିଜ୍ରୁ ବାହାରୁଥିବା ଦୁର୍ଗନ୍ଧ ଦୂର ହେବା ସହ କଫିର ସୁଗନ୍ଧ ଫ୍ରିଜ୍ରୁ ବାହରିଥାଏ ।

https://www.onakhabar.com/these-6-types-of-incidents-signs-begin-to-start-bad-time/

Leave A Reply

Your email address will not be published.