OnaKhabar

କିପରି ଜାଣିବେ ବିପଦ ମାଡି ଆସୁଛି କି ନାହିଁ, ଆସନ୍ତୁ ଜାଣିବା ଆଜିର ବସ୍ତୁଶାସ୍ତ୍ରରୁ…

0 12

ଭୁବନେଶ୍ୱର: ସାଧାରଣତଃ ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ଶୁଭ ଓ ଅଶୁଭ ଦୁଇଟି ଯାକ ଘଟଣା ଘଟିଥାଏ । ହେଲେ ଆପଣ ଜାଣନ୍ତି କି, ଆମ ଜୀବନରେ ଘଟିବାକୁ ଥିବା କିଛି ଅଶୁଭ ଘଟଣା ପୂର୍ବରୁ କିଛି ସଙ୍କେତ ମିଳିଥାଏ । ତେବେ ଆସନ୍ତୁ ଆଜି କେତେକ ଅଶୁଭ ସଙ୍କେତ ବିଷୟରେ…
-ଯଦି ହଠାତ୍‌ କୌଣସି କାରଣରୁ ଘଣ୍ଟା ବନ୍ଦ ହେବାକୁ ଲାଗେ, ଘଣ୍ଟାର କାଚ ଭାଙ୍ଗିବାକୁ ଲାଗେ, ଝରକାର କାଚରେ ଫଟା ଦାଗ ସୃଷ୍ଟି ହୁଏ ତେବେ ଜାଣିବେ ଯେ ଆପଣଙ୍କ ପରିବାର ପ୍ରତି କୌଣସି ଗମ୍ଭୀର ସଙ୍କଟ ମାଡ଼ି ଆସୁଛି ।
-ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ କ୍ଷୀର ଗରମ କରିବା ସମୟରେ ଯଦି ଏହା ଉତୁରୀ ବାହାରକୁ ଚାଲିଆସେ ତେବେ ଖୁବ୍‌ କମ୍‌ ଦିନ ମଧ୍ୟରେ ଶୁଭ ଖବର ମିଳିବ । ହେଲେ ଯଦି କ୍ଷୀର ଉତୁରୀ ପୁରା ତଳକୁ ନିଗିଡି ନିଆଁରେ ପୋଡ଼ିଯାଏ ତେବେ ଏହା ଅଶୁଭ ସଙ୍କେତ ବୋଲି ମନାଯାଏ । ଆଗକୁ କିଛି ଅଶୁଭ ଘଟଣା ଘଟିବାକୁ ଯାଉଛି ବୋଲି ଜାଣି ସାବଧାନ ରୁହନ୍ତୁ ।
-ଯଦି ଆପଣଙ୍କ ରୋଷେଇ ଘରେ ଥିବା କାଚ ବାସନ ଲଗାତାର ଭାଙ୍ଗିବାକୁ ଲାଗେ ତେବେ ବୁଝିଯାଆନ୍ତୁ ଯେ, ଆପଣଙ୍କ ଉପରେ କୌଣସି ଏକ ବଡ଼ ଆର୍ଥିକ ସମସ୍ୟା ଆସିବ ।
-ଯଦି ଆପଣଙ୍କ ଘରେ କୌଣସି ଶୁଭ କାମରେ ବାରମ୍ବାର ବିଘ୍ନ ଆସେ, ତେବେ ବୁଝିଯାଆନ୍ତୁ ଯେ ଆସନ୍ତା ବର୍ଷରେ ଆପଣଙ୍କ ଉପରେ ବିପଦର କଳା ବାଦଲ ଛାଇଯିବ । ଏହାର ପ୍ରତିକାର ପାଇଁ କୌଣସି ବାସ୍ତୁବିତ୍‌ଙ୍କୁ ଯୋଗାଯୋଗ କରନ୍ତୁ ।
-ହଠାତ୍‌ ଯଦି କେବେ ଆପଣଙ୍କ ଘରର ଛାତ କିମ୍ବା ଅଗଣାରେ କୌଣସି ଜୀବର ହାଡ଼ ପଡ଼ିଥିବା ଦେଖିବାକୁ ମିଳେ, ତେବେ ବୁଝିଯାଆନ୍ତୁ ଯେ, ଆପଣଙ୍କୁ କିଛି ଗୋଟେ ଖରାପ ସମାଚାର ଶୁଣିବାକୁ ମିଳିବାକୁ ଯାଉଛି ।

https://www.onakhabar.com/fruktose-is-one-of-the-cause-of-high-blood-pressure/

 

Leave A Reply

Your email address will not be published.