OnaKhabar

କ୍ୟାଟ୍ରିନାଙ୍କ ଫଲୋର୍ସଙ୍କ ୨ କୋଟିରୁ ଅଧିକ

57

କ୍ୟାଟ୍ରିନାକୈଫ୍ ବି’ଟାଉନ୍ର ଟପ୍ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ସୋସିଆଲ୍ମିଡିଆରେ ବି ତାଙ୍କର ବେଶ୍ ଦବଦବା ରହିଥିବା ଦେଖାଯାଇଛି । ଏହିସବୁ କାରଣରୁ ଦିନକୁ ଦିନ ତାଙ୍କ ଫ୍ୟାନ୍ ଫଲୋର୍ସଙ୍କ ତାଲିକା ବଢ଼ି ବଢ଼ି ଚାଲିଛି ଏହା ନିକଟରେ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉରୁ ଜଣାପଡ଼ିଛି । କ୍ୟାଟ୍ରିନାଙ୍କର ଇନଷ୍ଟାଗ୍ରାମରେ ଫଲୋର୍ସଙ୍କ ସଂଖ୍ୟା ବଢ଼ି ବଢ଼ି ଏବେ ୨୦ ମିଲିୟନ ଅର୍ଥାତ ୨ କୋଟିରେ ପହଂଚିଛି । ଏଭଳି ଏକ ସୁନ୍ଦରସମୟକୁ ନିଜ ପାଇଁ ସ୍ମରଣୀୟ କରି ରଖିବାକୁ ନିକଟରେ କ୍ୟାଟ ଏକ ଖାସଭିଡିଓ ପୋଷ୍ଟ କରିଛନ୍ତି । ଶେୟାର କରିଥିବା ଭିଡିଓରେ କ୍ୟାଟ୍ରିନା ବେଶଖୁସିରେ ନାଚୁଥିବାର ଦୃଶ୍ୟ ଦେଖିବାକୁୂ ମିଳିଛି । ସମୁଦ୍ର କୂଳରେ ଦୌଡ଼ିବା ସହ ମସ୍ତି କରୁଥିବାର ନଜିର ଆସିଛି । ତାଙ୍କ ଚେହେରାକୁ ଦେଖିଲେ ସହଜରେ ଜଣେ ଅନୁମାନ କରିନେବ ଯେ କ୍ୟାଟ କୌଣସି କଥାକୁ ନେଇ ବେଶଉତ୍ସାହିତ ହୋଇପଡ଼ିଛନ୍ତି । ଏହି ଭିଡିଓ ଜରିଆରେ ସେ ନିଜ ଫ୍ୟାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।