OnaKhabar

ପୁଣି କାଲି ଓଡିଶା ଆସିବେ ଅମିତ ଶାହ

0 31

ଭୁବନେଶ୍ୱର: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ନେତା ଓ ମନ୍ତ୍ରୀମାନେ ସେତିକି ଜୋରରେ ନିର୍ବାଚନୀ ପ୍ରଚାର କରୁଥିବାର ଦେଖିବାକୁ ମିଳୁଛନ୍ତି | ତେବେ କଥା ହେଉଛି କି ରାଜ୍ୟରେ ନେତା ଓ ମନ୍ତ୍ରୀମାନେ ନିଜ ନିଜ ସ୍ଥାନକୁ ସୁରକ୍ଷା ରଖିବା ଲାଗି ନିର୍ବାଚନୀ ପ୍ରଚାର ଜୋର କରୁଥିବା ବେଳେ କେନ୍ଦ୍ର ମଧ୍ୟ ନିଜ ସ୍ଥାନ ପାଇଁ ବାରମ୍ବାର ଓଡିଶାକୁ ଆସୁଥିବାର ଦେଖିବାକୁ ମିଳୁଛନ୍ତି | ତେବେ ଗଲା କିଛି ଦିନ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିଥର ଆସିଥିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ବାରମ୍ବାର ଓଡିଶାକୁ ଆସୁଥିବାର ଦେଖିବାକୁ ମିଳୁଛନ୍ତି | ତେବେ ସେ ରବିବାର ଦିନ ରାଜ୍ୟରେ ଗଞ୍ଜାମ ଜିଲ୍ଲାର ପୋସଲରା ଓ ବରଗଡ ଆସିଥିବା ବେଳେ ପୁଣି ଥରେ ସେ ମଙ୍ଗଳବାର ଦିନ ଓଡିଶା ଆସୁଥିବାର ସୂଚନା ମିଳିଛି | ତେବେ ଏହି ସୂଚନା ଆଜି ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଦେଇଛନ୍ତି | ତେବେ ଜଗନ୍ନାଥ ଧାମ ପୁରୀରରେ ଏକ ରୋଡ୍ ଶୋ’ କରିବେ ବୋଲି ଜଣା ପଡିଛି । ସିଂହଦ୍ୱାରରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ଏହି ରୋଡ୍ ଶୋ’ ହେବ ।
ଏହା ପୂର୍ବରୁ ଗତ ରବିବାର ଅମିତ ଶାହ ଓଡ଼ିଶା ଆସି ଗଞ୍ଜାମର ପୋଲସରା ଓ ବରଗଡ଼ରେ ଦୁଇଟି ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ । ଏପ୍ରିଲ୍ ୧ରେ ମଧ୍ୟ ସେ ଓଡ଼ିଶା ଆସିଥିଲେ । ସେହିଦିନ ସେ ପାରଳାଖେମୁଣ୍ଡିରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ । ଗୋଲକ ମହାପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ୍ ୧୫ କିମ୍ବା ୧୬ରେ ଓଡ଼ିଶା ଗସ୍ତରେ ଆସିପାରନ୍ତି । ସେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଏହା ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋରାପୁଟର ଜୟପୁର, କଳାହାଣ୍ଡିର ଭବାନୀପାଟଣା, ସୁନ୍ଦରଗଡ଼ ଓ ସୋନପୁରରେ ନିର୍ବାଚନୀ ସଭା କରି ସାରିଛନ୍ତି |

https://www.onakhabar.com/bjp-declared-election-manifast/

Leave A Reply

Your email address will not be published.