OnaKhabar

ଛଅ ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା, ସର୍ତକ କଲା ପାଣିପାଗ ବିଭାଗ

66

ଭୁବନେଶ୍ୱର: ଆଜି ପୁଣି କାଳବୈଶାଖୀ ପ୍ରଭାବରେ ବର୍ଷା,ଝଡ଼ତୋଫାନ ଓ ବଜ୍ରପାତ ଲାଗି ରହିବା ନେଇ ଛଅ ଜିଲ୍ଲାକୁ ଆଂଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଆଜି ସଂଧ୍ୟା ଯାଏଁ ସତର୍କ ରହିବାକୁ ପାଣିପାଗ ବିଭାଗ ସୂଚନା ଦେଇଛି । ନୟାଗଡ଼,ଗଞ୍ଜାମ,ଖୋର୍ଦ୍ଧା,ପୁରୀ,ମୟୁରଭଞ୍ଜ, ବାଲେଶ୍ୱର ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ପାଗ ପ୍ରାୟ ମେଘୁଆ ରହିଥିବାର ଦେଖିବାକୁ ମିଳିଛି |

https://www.onakhabar.com/kalabaisakhi-posibility-of-rain-in-14-districts-odisha/