OnaKhabar

ଉକ୍ତ ରକ୍ତଚାପକୁ ନିୟନ୍ତ୍ରଣ କରିବା ଲାଗି ଖରାଦିନେ ଖାଆନ୍ତୁ ଜାମୁକୋଳି..

0 23

ଭୁବନେଶ୍ୱର: ଗଲା କିଛି ବର୍ଷ ମଧ୍ୟରେ ଆମ ଦେଶରେ ଅଧାରୁ ଅଧିକ ଲୋକ ରକ୍ତଚାପର ରୋଗରେ ପୀଡ଼ିତ ହୋଇ ପଡିଥିବାର ସୂଚନା ମିଳୁଛି । ଉଚ୍ଚ ରକ୍ତଚାପ ଶରୀରର ରକ୍ତ ପ୍ରବାହ ଉପରେ ପ୍ରଭାବ ପକାଇଥାଏ । ଶରୀରର ରକ୍ତବାହିକା ଉପରେ ପ୍ରଭାବ ପଡ଼ିବାରୁ କିଡ଼୍‍ନି ଜନିତ ସମସ୍ୟା, ହୃଦ୍‌ଜନିତ ସମସ୍ୟା ଦେଖାଯାଇଥାଏ । ତେବେ ଯେଉଁ ବ୍ୟକ୍ତିଙ୍କର ଏହି ସମସ୍ୟା ରହିଛି, ସେମାନଙ୍କୁ ନିଜ ଶରୀରର ଖାସ୍‌ ଧ୍ୟାନ ରଖିବା ପାଇଁ ଡ଼ାକ୍ତର ପରାମର୍ଶ ଦେଇଥାନ୍ତି । ଖରାଦିନେ ରକ୍ତଚାପ ଥିବା ରୋଗୀଙ୍କ ଜୀବନ ପ୍ରତି ଅଧିକ ବିପଦ ଥିବା ବେଳେ ଏଥିରୁ ମୁକ୍ତି ପାଇବା ପାଇଁ ଏହି ୫ଟି ଜିନିଷ ଖାଇବାକୁ ଡ଼ାକ୍ତର ପରାମର୍ଶ ଦେଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେସବୁ କ’ଣ ଖାଇବା ଜରୁରୀ…
୧) ଖରାଦିନେ ରକ୍ତଚାପ ଥିବା ରୋଗୀଙ୍କୁ ଜାମୁକୋଳି ଖାଇବା ପାଇଁ କୁହାଯାଇଥାଏ । ଏଥିରେ ଫ୍ଲାଭୋନଏଡ୍‌ର ପରିମାଣ ଅଧିକ ଥିବାରୁ ଏହା ଶରୀରରୁ ହୃଦ୍‌ଜନିତ ସମସ୍ୟା ଦୂରେଇ ରଖିଥାଏ । ଖରାଦିନେ ପ୍ରତିଦିନ ଖାଇବା ପରେ ଏହାକୁ ଖାଆନ୍ତୁ । ଏଥିରେ ଥିବା ଆଣ୍ଟି-ଅକ୍ସିଡ଼ାଣ୍ଟ ରକ୍ତଚାପକୁ କମାଇଥାଏ ।
୨) ଫୁଟା କ୍ଷୀରରେ ଅଧିକ ପରିମାଣରେ କ୍ୟାଲ୍‌ସିୟମ ଏବଂ ଭିଟାମିନ୍‌ ଡି ରହିଛି । ଏହା ଉଚ୍ଚ ରକ୍ତଚାପକୁ କମାଇଥାଏ । ନ୍ୟାସ୍‌ନାଲ ହେଲ୍‌ଥ ସର୍ଭେ ଦେଇଥିବା ମତ ଅନୁଯାୟୀ, ପ୍ରତିଦିନ ଗୋଟେ ଗ୍ଲାସ ଫୁଟା କ୍ଷୀର ପିଇବା ଦ୍ୱାରା ରକ୍ତଚାପ କମିଯାଏ ।
୩) ଖରାଦିନେ ସବୁ ଦିନ ଥଣ୍ଡା ଦହି ପିଅନ୍ତୁ । ଦହି ପିଇବା ଦ୍ୱାରା ଶରୀରରେ ଜଳୀୟ ଅଂଶ ଠିକ୍‌ ରହିବା ସହ ରକ୍ତଚାପ ମଧ୍ୟ ନିୟନ୍ତ୍ରିତ ହୋଇ ରହିଥାଏ ।
୪) ଖରାଦିନେ ସମସ୍ତେ ତରଭୁଜ ଖାଇବା ଭଲ । ଏହା ରକ୍ତଚାପକୁ ନିୟନ୍ତ୍ରିତ କରି ରଖିବା ସହ ଧମନୀ ଏବଂ ହୃତପିଣ୍ଡ ଉପରେ ପଡ଼ୁଥିବା ଚାପକୁ କମ୍‌ କରିଥାଏ ।
୫) ଖାଲି ପେଟରେ କଦଳୀ ଖାଇବା ପାଇଁ ଡ଼ାକ୍ତର ପରାମର୍ଶ ଦେଇଥାନ୍ତି । ଏଥିରେ ପୋଟାସିୟମର ପରିମାଣ ଅଧିକ ଥିବା ସହ ପ୍ରତିଦିନ ଗୋଟେ କଦଳୀ ଖାଇବା ଦ୍ୱାରା ୧ ପ୍ରତିଶତ କ୍ୟାଲ୍‌ସିୟମ, ୮ପ୍ରତିଶତ ମ୍ୟାଗ୍‌ନେସିୟମ ଏବଂ ୧୨ ପ୍ରତିଶତ ପୋଟାସିୟମ ଶରୀରକୁ ମିଳିଥାଏ ।

https://www.onakhabar.com/choose-colors-and-curtains-of-home-according-to-vastu/

Leave A Reply

Your email address will not be published.