OnaKhabar

ବାସ୍ତୁ ଅନୁସାରେ ଜାଣନ୍ତୁ ଘରର କେଉଁ ରଙ୍ଗର ପରଦା ଲଗାଇବା ଜରୁରୀ…

0 0

ଭୁବନେଶ୍ୱର: ଖରକୁ ସଫା ସୁତରା ରଖିବା ସହ ଘରକୁ ସଜେଇବାକୁ ପାଯତଃ ସମସ୍ତେ ଚାହାଁନ୍ତି | ବାହାରକୁ ଆକର୍ଷଣ ଦେଖାଯିବା ପାଇଁ କିଏ କେତେ ପ୍ରକାର ଜିନିଷ ବ୍ୟବହାର କରିଥାନ୍ତି । ସେଥି ମଧ୍ୟରୁ ପରଦା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଘରର ରଙ୍ଗକୁ ମ୍ୟାଚ୍‌ କଲା ଭଳି ପରଦା କିଣିବାକୁ ଲୋକେ ପସନ୍ଦ କରୁଛନ୍ତି । ହେଲେ ଏହି ପରଦା ବ୍ୟବହାରରେ ମଧ୍ୟ ବାସ୍ତୁ ନିୟମ ରହିଛି | ବାସ୍ତୁ ଅନୁସାରେ ଏହିପରି ରଙ୍ଗର ପରଦା ଲଗାଇବା ଦ୍ୱାରା ପରିବାର ଶୁଭ ହୋଇଥାଏ । ଏହାଦ୍ୱାରା ଘରେ ସୁଖ-ଶାନ୍ତି ବଜାୟ ରହେ | ତେବେ ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ଅନୁସାରେ କେଉଁ ଦିଗ ଓ କୋଣରେ କେଉଁ ରଙ୍ଗର ପରଦା ଲଗାଇବା ଉଚିତ ।
୧- ଈଶାନ (ଉତ୍ତର-ପୂର୍ବ)କୋଣରେ ଧଳା, କ୍ରିମ୍ କିମ୍ୱା ହଳଦିଆ ରଙ୍ଗର ପରଦା ଲଗାନ୍ତୁ ।


୨- ଅଗ୍ନି କୋଣରେ ଲାଲ୍‌, ମେରୁନ କିମ୍ୱା ସିନ୍ଦୂର ରଙ୍ଗର ପରଦା ଲଗାଇବା ଉଚିତ ।
୩- ଦକ୍ଷିଣ-ପଶ୍ଚିମ କୋଣରେ ସବୁଜ ଓ କଳା ରଙ୍ଗର ପରଦା ଲଗାଇବା ଉଚିତ ।
୪- ଉତ୍ତର-ପଶ୍ଚିମ କୋଣରେ ନୀଳ, ପାଉଁସିଆ ଓ ବାଇଗଣୀ ରଙ୍ଗର ପରଦା ଲଗାନ୍ତୁ ।

https://www.onakhabar.com/according-to-bastu-know-about-your-beauty-spot/

 

Leave A Reply

Your email address will not be published.