OnaKhabar

ନବରଙ୍ଗପୁରରେ କେନ୍ଦ୍ର ଉପରେ ବର୍ଷିଲେ ନବୀନ

0 33

ଭୁବନେଶ୍ୱର: ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ଏବେ ରାଜନୀତିରେ ତାତି ଜୋରରେ ଦେଖିବାକୁ ମିଳୁଛି | ତେବେ ଆଜି ନିର୍ବାଚନ ପ୍ରଚାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋନପୁର ଆସିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବରଙ୍ଗପୁର ଯାଇଛନ୍ତି | ନବରଙ୍ଗପୁର ରାଇଘରରେ ବିଶାଳ ଜନସଭାକୁ ସମ୍ବୋଧନ କରିବା ସହ ଅଭିଭାଷଣରେ ଚାଷୀ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋକସ୍ କରିଛନ୍ତି । ବିଜେଡି ଇସ୍ତାହାରରେ ପ୍ରଥମ ସ୍ଥାନରେ ଚାଷୀ ରହିଛି । ଚାଷୀଙ୍କୁ ନେଇ ସରକାର ସଚେତନ ଅଛନ୍ତି । କାଳିଆ ଯୋଜନାରୁ ଜଣେ ବି ଚାଷୀ ବଂଚିତ ହେବେ ନାହିଁ ବୋଲି କହିଛନ୍ତି | ଏଥିସହ କେନ୍ଦ୍ର ସରକାରଙ୍କୁ ବି ଟାର୍ଗେଟ କରିଛନ୍ତି । ନବରଙ୍ଗପୁରରେ ନିର୍ବାଚନ ପ୍ରଚାର କରିବା ସହ ଭୋଟ ମାଗିଛନ୍ତି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ।
କେନ୍ଦ୍ର ସରକାର ଓ ବିଜେପିକୁ ସିଧା ଟାର୍ଗେଟ କରିଛନ୍ତି । ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ବେଳେ କେହି ଆସିଲେ ନାହିଁ । ବନ୍ୟା,ବାତ୍ୟା ବେଳେ ଦେଖାଦେଲେନି, ଆଉ ଏବେ ଭୋଟ ସମୟରେ ଓଡ଼ିଶା ଚାଲି ଆସୁଛନ୍ତି । କେନ୍ଦ୍ରର ବଡ଼ବଡ଼ ନେତାମାନେ ୫ ବର୍ଷରେ ଥରେ ହେଲେ ଆସିନାହାନ୍ତି । ଆଉ ଏବେ ଭୋଟ ମତଦାନ ସମୟରେ ସମସ୍ତ ନେତାଙ୍କ ଦେଖା ମିଳୁଛି । ଓଡ଼ିଶା ପ୍ରତି କ୍ରମାଗତ ଅବହେଳା ହେଉଥିବା ଅଭିଯୋଗ କରି ଜନସାଧାରଣଙ୍କୁ ପ୍ରଶ୍ନ କରିବାକୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ । ଏସଏସି ଏସଟି କୋଟା ବୃତ୍ତିକୁ କାହିଁକି ବନ୍ଦ କଲେ କେନ୍ଦ୍ର ସରକାର । ଚାଷୀ ବୀମାରେ ଚାଷୀଙ୍କୁ ହଇରାଣ କରାଯାଇଛି । କେନ୍ଦ୍ରକୁ ଟାର୍ଗେଟ କରି ନବୀନ କହିଛନ୍ତି କୁଆଡ଼େ ଗଲା ଦୁଇ ଗୁଣ ଏମଏସପି ? କୁଆଡ଼େ ଗଲା ନବରଙ୍ଗପୁର ପାଇଁ ନୂଆ ରେଳଲାଇନ୍ ? ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ କାମ କରିବି । ଏହାସହ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଜନସାଧାରଣଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି ।

https://www.onakhabar.com/naveen-targeted-bjp/

 

Leave A Reply

Your email address will not be published.