OnaKhabar

ଚେନ୍ନାଇ ପାଇଁ ସୁରେଶ ରାଇନାଙ୍କ ପରେ ଧୋନିଙ୍କ ୧୫୦ତମ ମ୍ୟାଚ୍‌

0 18

ଚେନ୍ନାଇ: ପୁଣି ନିଜ କ୍ୟାପ୍ଟେନସିପ ଲାଗି ଚର୍ଚ୍ଚାକୁ ଆସିଛନ୍ତି ମହେନ୍ଦ୍ର ସିଂହ ଧୋନି | ଆଇପିଏଲ୍‌ର ପ୍ରଥମ ସଂସ୍କରଣରୁ ଚେନ୍ନାଇ ସୁପରକିଙ୍ଗସ ପକ୍ଷରୁ ମ୍ୟାଚ୍‌ ଖେଳି ଆସୁଥିବା କ୍ୟାପ୍ଟେନ ମହେନ୍ଦ୍ର ସିଂହ ଧୋନି ଆଜି ଏକ ମାଇଲ୍‌ ଖୁଣ୍ଟ ସ୍ଥାପନ କରିଥିବାର ସୂଚନା ମିଳିଛି | ଆଜି କିଙ୍ଗସ ଏକାଦଶ ପଞ୍ଜାବ ମ୍ୟାଚ୍‌ ପାଇଁ ଧୋନି ମଇଦାନକୁ ଓହ୍ଲାଇବା କ୍ଷଣି ତାଙ୍କ ନାଁରେ ଏକ ରେକର୍ଡ ଯୋଡ଼ି ହୋଇଯିବ । ସେ ଆଜି ଚେନ୍ନାଇ ପାଇଁ ଆଇପିଏଲ୍‌ର ୧୫୦ତମ ମ୍ୟାଚ୍‌ ଖେଳିବେ । ସେହିପରି ଚେନ୍ନାଇର ଘରୋଇ ଷ୍ଟାଡିମୟରେ ଏହା ଧୋନିଙ୍କ ୫୦ତମ ମ୍ୟାଚ୍‌ । ଗତ ସପ୍ତାହରେ ଚେନ୍ନାଇର ଅନ୍ୟତମ ଷ୍ଟାର ଖେଳାଳି ସୁରେଶ ରାଇନା ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ରେ ଚେନ୍ନାଇ ପାଇଁ ୧୫୦ତମ ମ୍ୟାଚ୍‌ ଖେଳିବାର ରେକର୍ଡ କରିଥିଲେ । ଧୋନି ଚେନ୍ନାଇ ପାଇଁ ୧୫୦ଟି ମ୍ୟାଚ୍‌ ଖେଳି ୨୩.୮ ହାରରେ ୩୫୬୧ ରନ୍‌ କରିଛନ୍ତି । ଏଥିରେ ୨୦ଟି ଅର୍ଦ୍ଧଶତକ ରହିଛି । ଦୁଇ ବର୍ଷର ବ୍ୟାନ୍‌ ପରେ ଚେନ୍ନାଇ ଗତବର୍ଷ ଆଇପିଏଲ୍‌କୁ କମ୍‌ବ୍ୟାକ୍‌ କରିଥିଲା । ଗତ ସଂସ୍କରଣରେ ଧୋନି ୪୫୫ ରନ୍‌ କରିବା ସହ ଚେନ୍ନାଇକୁ ତୃତୀୟ ଥର ପାଇଁ ଆଇପିଏଲ୍‌ ଚାମ୍ପିୟନ କରାଇଥିବାର ସୂଚନା ମିଳିଛି ।

https://www.onakhabar.com/hardik/

Leave A Reply

Your email address will not be published.