OnaKhabar

ବର୍ଷା ସହ ଘଡଘଡି, ଆଠ ଜିଲ୍ଲାକୁ ସର୍ତକ ସୂଚନା ଜାରି

0 40

ଭୁବନେଶ୍ୱର: ଆଜି କାଳବୈଶାଖୀ ପ୍ରଭାବରେ ବର୍ଷା ଓ ଘଡ଼ଘଡ଼ି ଲାଗି ରହିବା ନେଇ ପାଣିପାଗ ବିଭାଗ ଆଠଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି । ଆଜି ଆଠଟି ଜିଲ୍ଲାକୁ ଅପରାହ୍ନ ୪ଟା ୪୫ ଯାଏଁ ସତର୍କ ରହିବାକୁ ଆଂଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ଗଞ୍ଜାମ, ପୁରୀ, ଖୋର୍ଦ୍ଧା ,କଟକ, ନୟାଗଡ଼ ,ଜଗସିଂହପୁର ,କେନ୍ଦ୍ରାପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ଘରୁ ନବାହାରିବା ସହ ସତର୍କ ରହିବାକୁ ପାଇଁ ବିଭାଗ ପରାମର୍ଶ ଦେଇଛି । ଏହାର ପ୍ରଭାବରେ ରାଜ୍ୟରେ ପାଗ ପ୍ରାୟ ମେଘୁଆ ରହିଛି । କଟକ ଓ ଭୁବନେଶ୍ୱରରେ ମଧ୍ୟ ଏହା ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଥିବାର ସୂଚନା ମିଳିଛି ।

https://www.onakhabar.com/alert-notice-to-4-districts-of-odisha/

 

Leave A Reply

Your email address will not be published.