OnaKhabar

ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇ ଯୁବକଙ୍କ ମୃତ୍ୟୁ

57

ବୌଦ୍ଧ: ରାଜ୍ୟରେ ଦୁର୍ଘଟଣାର ସଂଖ୍ୟାର ବୃଦ୍ଧି ଜୋରସୋରରେ ବୃଦ୍ଧି ପାଉଚି | ତେବେ ଆଜି କେନ୍ଦୁଝରର ଦମ୍ପତ୍ତି ଠିଆ ହୋଇଥିବା ଏକ ଟ୍ରକକୁ ପିଟି ଦେଇ ମୃତ୍ୟୁବରଣ କରିଥିବା ବେଳେ ପୁଣି ଜଣେ ଯୁବକ ନିଜ ଭାରସାମ୍ୟ ହରାଇ ଏକ ଇଲେକ୍ଟ୍ରି ଖୁଣ୍ଟକୁ ବାଡେଇ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି | ଏପରି ଦୁର୍ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ରାଜନପାଲି ଛକ ନିକଟରେ | ସୂଚନାଯୋଗ୍ୟ, ଆଜି ସକାଳ ପ୍ରାୟ ୮ଟା ବେଳେ ଏକ ବୁଲେଟ୍‌ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇଯିବାରୁ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଜଗତସିଂହପୁରର ଶିବ ପ୍ରସାଦ ରାୟ । ସେ ବୌଦ୍ଧରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ । ଶିବଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ବୌଦ୍ଧ ଟାଉନ୍ ପୁଲିସ୍ ଏ ଘଟଣାର ଅଧିକ ତଦନ୍ତ କରିଛି ବୋଲି ସୂଚନା ମିଳିଛି |

https://www.onakhabar.com/2-dead-in-raod-accident-2/