OnaKhabar

ଆମ୍ବ ବଗିଚାରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର

45

କଳାହାଣ୍ଡି : ଗତକାଲି ଏକ ଆମ୍ବ ବଗିଚାରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି | ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବତାଷିଗୁଡାର ଏକ ଆମ୍ବ ବଗିଚାରେ | ସେଠାରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଛି । ବେକରେ ଶାଢୀ ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି |
ମୃତକ ଝିଅ ମାଧବୀ ପୁଝାରୀ(୨୦) ବୋଲି ତାଙ୍କ ଗାଁ ବତାସୀଗୁଡା ନିକଟର ମାତାଗଡ଼ର କିନ୍ତୁ ଯୁବକ ଜଣକ କୋକସର ବ୍ଲକ ବରଦଙ୍ଗା ଗ୍ରାମ ର ଶଙ୍କର ମାଝୀଙ୍କ ପୁଅ ମୁକୁନ୍ଦ ମାଝି ବୋଲି ଜଣାପଡ଼ିଛି । ଖବର ପାଇ ଜୟପାଟଣା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି |

https://www.onakhabar.com/villagers-bitten-pet-teacher/